ଘର ତାଲା ଭାଙ୍ଗି ଲୁଟ୍ ମାମଲାର ପର୍ଦ୍ଦାଫାଶ : ଲୁଟେରା ଗ୍ୟାଙ୍ଗର ୯ ଜଣକୁ ଗିରଫ କଲା ପୋଲିସ

ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ପାଟପୁର ଥାନା ଅନ୍ତର୍ଗତ ଏସ୍ . ଗୋପାଳପୁର ଗ୍ରାମରେ ଦୁବୃର୍ତ୍ତ ମାନେ ଘରର କବାଟ ଓ ଗ୍ରିଲ ଭାଙ୍ଗି ଲୁଟ୍ କରିବା ମାମଲାର ପର୍ଦ୍ଦାଫାଶ କରିଛି ପାଟପୁର ପୋଲିସ । ଏହି ଘଟଣା ରେ ପୋଲିସ ୯ ଜଣକୁ ଗିରଫ କରିବା ସହ ସୁନା ଓ ଟଙ୍କା ଓ ଲୁହାରଡ ଜବତ ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ଗଂଜାମ ଜିଲ୍ଲା ଅତିରିକ୍ତ ଅଧ୍ୟକ୍ଷକ ପି କେ ଦଳେଇ। ପାଟପୁର ଥାନା ଏସ୍ . ଗୋପାଳପୁର ଗ୍ରାମର ସୁଧାକର ପ୍ରଧାନ ଗତ ଅଗଷ୍ଟ ୧୪ ତାରିଖ ଦିନ ପରିବାର ସଦସ୍ୟଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ଚିକିତ୍ସା କରାଇବା ନିମନ୍ତେ ବ୍ରହ୍ମପୁର ଯାଇଥିଲେ । ତେବେ ବିଳମ୍ବିତ ରାତିରେ ଘରେ କେହି ନଥିବା ଏବଂ ତାଲା ପଡ଼ିଥିବା ଦେଖି ଲୁଟେରା ମାନେ ଘରର କବାଟ ଓ ଗ୍ରିଲ ତାଲା ଭାଙ୍ଗି ଘରେ ପଶିଥିଲେ । ଏହାପରେ ଘର ଭିତରେ ଥିବା ପେଢି ଓ ଆଲମାରୀ ଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇ ଯାଇଥିଲେ । ପରଦିନ ସକାଳୁ ଗ୍ରାମବାସୀ ଏହାକୁ ଦେଖି ସୁଧାକରକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ସୁଧାକର ଗ୍ରାମକୁ ଆସି ଘରର ଆସବାବପତ୍ର ଜିନିଷ ଏଣେତେଣେ ପଡ଼ିବା ସହ ଆଲମାରୀ ଓ ପେଢିରେ ଟଙ୍କା ଓ ସୁନା ନଥିବା ଦେଖିଥିଲେ । ଏହାପରେ ପାଟପୁର ଥାନାରେ ଏକ ଏତଲା ମଧ୍ୟ ଦେଇଥିଲେ । ସୁଧାକରଙ୍କ ଏତଲାକୁ ଭିତ୍ତିକରି ପାଟପୁର ଥାନା ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତଦନ୍ତ ଚଳାଇଥିବା ସମୟରେ ପାଟପୁର ପୋଲିସ ବିଶେଷ ସୁତ୍ରରୁ ଖବରପାଇ ଗତକାଲି ବଡ଼ବଜାର ଥାନା ସୁକୁଣ୍ଡା ଗ୍ରାମର ଜେ . ନେପାଳୀ , ଆର୍ . ଅନୀଲ , କେ . ବିଶୁ , ଏସ୍ . ରମେଶ , ପାଟପୁର ଥାନା ଜୟପୁର କଲୋନୀର ଆର . ଭାସ୍କର , ସଦରଥାନ ରାମଚନ୍ଦ୍ରପୁର ଗ୍ରାମର ଜେ . କାଳିଆ ସମେତ ସୁକୁଣ୍ଡା ଗ୍ରାମର ମହିଳା ଜି. କସ୍ତୁରୀ ଓ ପାଟପୁର ଅଞ୍ଚଳର ଆର୍ . ଯମୁନା ପ୍ରମୁଖ ଆଠଜଣକୁ ଗିରଫ କରିଥିଲା । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଘଟଣାର ତଦନ୍ତ ପରେ ଅଭିଯୁକ୍ତ ମାନଙ୍କ ବୟାନକୁ ନେଇ ପୋଲିସ ଚୋରି ସୁନାକୁ କିଣିଥିବା ମାମଲାରେ ଦିଗପହଣ୍ଡି ଅଞ୍ଚଳରେ କରିଥିବା ସୁନା ଦୋକାନ ବେପାରୀ ପ୍ରମୋଦ ନାୟକଙ୍କୁ ମଧ୍ୟ ଗିରଫ କରିବା ସହ ସୁନା ଜବତ କରିଥିଲା । ଏନେଇ ପାଟପୁର ପୋଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ନଗଦ ଦଶ ହଜାର ଟଙ୍କା , ସୁନା ମୁଦି ୪ , ସୁନା ମଙ୍ଗଳସୂତ୍ର ଲକେଟ୍ ୨ , ସୁନା ଚେନ ୧ ଓ ସୁନା କାନଫୁଲ ୨ ଓ ବ୍ୟବହୃତ ଲୁହାରଡ ଜବତ କରିଥିବା ପାଟପୁର ଥାନା ଅଧିକାରୀ ଶ୍ରୀ ମଲ୍ଲଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ ଓ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି.କେ ଦଳାଇ ସୂଚନା ଦେଇଥିଲେ । ତେବେ ଥାନା କେସ୍ ନଂ ୨୬୪/୨୧ ପ୍ରକାରେ ସମସ୍ତ ଅଭିଯୁକ୍ତଙ୍କୁ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣପଡିଛି । ତେବେ ଏହି ମାମଲାରେ ଅନ୍ୟ କିିଛ ସଂପୃକ୍ତ ଥିବା ମଧ୍ୟ ପୋଲିସ ପକ୍ଷରୁ ଜଣାପଡ଼ିଥିବା ବେଳେ ଖୁବଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ