ମାରୱାଡ଼ି ମହିଳା ସମ୍ମେଳନ ପକ୍ଷରୁ ନେତ୍ରଦାନ ପକ୍ଷ

ବାଲେଶ୍ୱର, (ସରୋଜ ପଣ୍ଡା ): ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ, ବାଲେଶ୍ୱର ଶାଖା ପକ୍ଷରୁ ନେତ୍ରଦାନ ପକ୍ଷ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସିନେମାଛକଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ହୁଣ୍ଡାଇ ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ସମାଜସେବୀ ଶିବୁ ପୋଦାର, ରାଜକୁମାର ଖଣ୍ଡେଲୱାଲ, ପ୍ରକାଶ ଚନ୍ଦ୍ର ପୋଦାର, ଅଏନ ସେନ, ଶଶିଭୂଷଣ ମିଶ୍ର, ମଞ୍ଜୁ ଭର୍ତ୍ତିଆ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଚକ୍ଷୁଦାନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ମୃତ୍ୟୁ ପରେ ବି ଅନ୍ୟର ଚକ୍ଷୁରେ ଜୀବନ୍ତ ରହି ଦୁନିଆ ଦେଖିବାରେ ଏହି ସାଧୁ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ଅତିଥିମାନେ କହିଥିଲେ । ତେବେ ମୃତ ଶରୀରରୁ ଚକ୍ଷୁକୁ ଖୋଳି ନେବା ଭଳି ସାଧାରଣରେ ସୃଷ୍ଟି ହେଉଥିବା ଭ୍ରାନ୍ତ ଧାରଣରୁ କ୍ଷାନ୍ତ ହେବା ପାଇଁ ଏହାର ଏକ ଭିଡିଓ ପ୍ରଦର୍ଶନର ଆବଶ୍ୟକତା ଉପରେ ଅତିଥିମାନେ ଗୁରୁତ୍ୱ ଦେଇଥିଲେ । ପୂର୍ବରୁ ଚକ୍ଷୁଦାନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଏହି ସଭାରେ ପୁରସ୍କୃତ କରାଯାଇଥିଲା । ସଂଗଠନର ସଦସ୍ୟା ସ୍ୱେତା ମଦ ଓ ସୋନାଲ ମୋଦି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭା ପରେ ସମ୍ମେଳନ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା । ସମ୍ମେଳନର ସଭାନେତ୍ରୀ ନିଶା ମୋଦି ଏଥିରେ ସଭାପତିତ୍ୱ କରିବା ସହିତ ସମ୍ମେଳନର ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପାଦିକା ପ୍ରୀତି ଖଣ୍ଡେଲୱାଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଞ୍ଜୁ ସରାଓ୍‍ବଗୀ, ମନିଷା ମୋଦି, ସ୍ନେହା ମୋଦି, ଦର୍ଶନା ସରାୱଗୀ, ପ୍ରିୟା ଅଗ୍ରୱାଲ, ଅଳକା ଅଗ୍ରୱାଲ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଏହି ଅବସରରେ ନେତ୍ର ଦାନ ସମ୍ପର୍କିତ ସଚେତନତା ଶୋଭାଯାତ୍ରା, ବିଦ୍ୟୁତ ଚାଳିତ ପ୍ରଜ୍ଞାପନ ଫଳକ ଅନବାରଣ, ଦସ୍ତଖତ ଅଭିଯାନ ଓ ପଥପ୍ରାନ୍ତ ନାଟକ ଆଦି ଅନୁଷ୍ଠିତ ହୋଇଥିଲା । ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ପକ୍ଷରୁ ସମଗ୍ର ଦେଶରେ ଅଗଷ୍ଟ ୨୫ ତାରିଖରୁ ଆରମ୍ଭ ହୋଇଥିବା ନେତ୍ରଦାନ ପକ୍ଷ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ