ଗଜପତିରୁ ଆନ୍ଧ୍ରକୁ ଶାଗୁଆନ କାଠ ଚୋରା ଚାଲାଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବନାଞ୍ଚଳ ଅନ୍ତର୍ଗତ ଶିଆଳି ଗ୍ରାମ ପଞ୍ଚାୟତ କର୍ଣ୍ଣିଭଦ୍ରା ନିକଟସ୍ଥ ଏକ ଶ୍ମଶାନ ଘାଟ ଠାରୁ ମୂଲ୍ୟବାନ ଶାଗୁଆନ କାଠ ଆନ୍ଧ୍ରକୁ ଚାଲାଣ ବେଳେ ଜବତ କରାଯାଇଛି । ହେଲେ ଆନ୍ଧ୍ରକୁ ଚାଲାଣ କରୁଥିବା କାଠ ମାଫିଆ ବନକର୍ମଚାରୀଙ୍କ ଆଖିରେ ଧୂଳିମାରି ଚମ୍ପଟ ମାରିଛନ୍ତି । କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରା, ଫରେଷ୍ଟର ବିନୟ ମହାରଣା, ଧର୍ମରାଜ ମିଶାଲ ଓ ପାରଳାଖେମୁଣ୍ଡି ବନାଞ୍ଚଳର ଫରେଷ୍ଟର ଶ୍ୟାମ ସୁନ୍ଦର କଳିଙ୍ଗ, ଶିବରାମ ସାବତ ଓ ପାରା ଫରେଷ୍ଟ ଟିମ୍ ଚଢଉ କରିବା ପାଇଁ ପ୍ରସ୍ତୁତ ଥିବା ବେଳେ କାଠମାଫିଆମାନେ ଦୂରରୁ ଏହା ଜାଣିପାରି କାଠ ଚୋରାଚାଲାଣ ହେଉଥିବା ଟ୍ରାକ୍ଟରକୁ ଛାଡି ଫେରାର ହୋଇଯାଇଥିଲେ । ପରେ ବନକର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚକାଠକୁ ଜବତ କରିବା ସହ ଚୋରାଚାଲାଣରେ ବ୍ୟବହୃତ ଟ୍ରାକ୍ଟର (ଏପି୧୬ଏ୦୯୮୦)କୁ ମଧ୍ୟ ଜବତ କରିଥିଲେ । ଜବତ ଶାଗୁଆନ କାଠର ମୂଲ୍ୟ ୫୦ ହଜାର ଟଙ୍କାର ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ