ମା ତାରାତାରିଣୀ ମନ୍ଦିରର ଟ୍ରଷ୍ଟ ବୋର୍ଡ ବୈଠକ

ଛତ୍ରପୁର, (ଓ୍ବାଇଏନ୍ଏସ୍):ବୁଧବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗଞ୍ଜାମର ଆରାଧ୍ୟା ଦେବୀ ମା ତାରାତାରିଣୀ ମନ୍ଦିରର ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ନିର୍ମାଣ ଓ ମରାମତି କାର୍ଯ୍ୟ, ମନ୍ଦିର ପରିଚାଳନା, ମାସିକ ଖର୍ଚ୍ଚ ଏବଂ ମନ୍ଦିରରେ ଅନୁଷ୍ଠିତ ହେଉଥିବା ପର୍ବପର୍ବାଣୀ ନିମନ୍ତେ ଆବଶ୍ୟକୀୟ ଅର୍ଥ, ମନ୍ଦିରର ରିତିକାନ୍ତି ଓ ପାରମ୍ପରିକ ଉତ୍ସବ ପାଳନ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରିବା ସହ ଆରାଧ୍ୟା ଦେବୀ ମା ତାରାତାରିଣୀ ମନ୍ଦିରର ଉନ୍ନତି ନିମନ୍ତେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମନ୍ଦିରର ବିକାଶ କାର୍ଯ୍ୟ ଦିନରାତି ଅହରହ ଚାଲୁ ରହିଛି । ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇବା ପାଇଁ ଭକ୍ତମାନଙ୍କ ଦର୍ଶନ ବନ୍ଦ ରଖାଯାଇଛି । ମନ୍ଦିରର ରୋଷଘର ଠାରୁ ମଝି ମନ୍ଦିରର ଗୁମୁଟ ପର୍ଯ୍ୟନ୍ତ ଛାତ କାର୍ଯ୍ୟ କରିବା ସହ ମନ୍ଦିରର ବେଢା ଭିତରେ ଦଶ ମହାବିଦ୍ଯା ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସେବାୟତ ମାନେ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଙ୍କୁ ଜଣାଇଥିଲେ । ଆସନ୍ତା ନଭେମ୍ବର ସୁଦ୍ଧା ମନ୍ଦିରର ସମସ୍ତ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ମନ୍ଦିରର ପ୍ରସାଦ ମଣ୍ଡପ ଓ ପାଦ ଦେଶରେ ମନ୍ଦିରର କାର୍ଯ୍ୟାଳୟର କାର୍ଯ୍ୟ ଶେଷ ହୋଇ ଆସିଲାଣି । ପାଦ ଦେଶରୁ ମନ୍ଦିର ପର୍ଯ୍ୟନ୍ତ ସୋଲାର ଲାଇଟ୍ ଲଗାଯିବା ସହ ମନ୍ଦିରକୁ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ପାଇଁ ଭୂତଳ ଲାଇନ୍ ତାର ବିଛାଇ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରିବା ଏବଂ ପାଇଁ ସାଉଥ୍ କୋ କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମନ୍ଦିରରେ ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଓ ପରିମଳ ବ୍ୟବସ୍ଥା ତୁରନ୍ତ ଶେଷ କରିବା ପାଇଁ ଜିଲ୍ଲାପାଳ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ତହସିଲଦାର ନିତେଶ କୁମାର ତ୍ରିପାଠୀ, ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶ ଚନ୍ଦ୍ର ସେଠୀ, ମା ତାରାତାରିଣୀ ମନ୍ଦିରର ସେବାୟତ ମାନଙ୍କ ସଭାପତି ତପନ କୁମାର ରଣା, ସେବାୟତ ଧ୍ରୁବ ଚରଣ ରଣା, ବିଷ୍ଣୁ ପ୍ରସାଦ ରଣା, ସନତ୍ କୁମାର ରଣା ପ୍ରମୁଖ ଯୋଗ ଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ