କେନ୍ଦ୍ରାପଡାରେ ଶିବାନନ୍ଦ ଜୟନ୍ତି ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ବିଶ୍ୱ ବନ୍ଦିତ ସନ୍ଥ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ୧୩୪ ତମ ଜନ୍ମ ଜୟନ୍ତି ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୁଧବାର ପ୍ରାତରେ ନଗର ପରିକ୍ରମା, ଶ୍ରୀଶ୍ରୀ ଦିବେଶ୍ୱର ଏବଂ ଶ୍ରୀଶ୍ରୀ ଦିବ୍ୟ ବଳଦେବଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଦଗୁରୁଦେବ ସ୍ୱାମୀ ଶିବାନନ୍ଦଜୀଙ୍କ ପାଦପୂଜା କରାଯାଇଥିଲା । ପରେ ଶ୍ରୀମାଙ୍କ ଅଧ୍ୟକ୍ଷତା ଓ ପ୍ରମୋଦ କୁମାର ନାୟକଙ୍କ ସଂଯୋଜନାରେ ଶିବାନନ୍ଦ ଦର୍ଶନତତ୍ୱ ଆଧାରିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଶ୍ରମର ସଂପାଦକ ଶରତ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଜୀବନ ଦର୍ଶନ ଏବଂ ମାନବ ସମାଜକୁ ଦିଗ୍ ଦର୍ଶନ ଉପରେ ଆଲୋକପାତ କରି ଶ୍ରୀମା’ ଶ୍ରଦ୍ଧାଳୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଆମନ୍ତ୍ରୀତ ଅତିଥି ହେମନ୍ତ କୁମାର ପରିଡା ଏବଂ କିର୍ତିଦାୟିନୀ ଦାସଙ୍କ ସମେତ ଶରତ ଚନ୍ଦ୍ର ରଥ, ଡକ୍ଟର ବାସୁଦେବ ଦାସ, ଗୋପବନ୍ଧୁ ନାଥ, କାମଦେବ ନାୟକ, ମଞ୍ଜୁଳା ଦେବୀ, ସଂଜୟ କୁମାର ମଥାନ, ଶ୍ରୀଧର ରାଉତ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରମପୂଜ୍ୟ ସ୍ୱାମୀ ରାମ ଶରଣାନନ୍ଦ ସରସ୍ୱତୀ ଆର୍ଶୀର୍ବଚନ ପ୍ରଦାନ କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ଆଶ୍ରମର ଅତିଥି ନିବାସ ଶ୍ରୀମା ଉଦ୍‌ଘାଟନ କରିଥିଲେ । ଉତ୍ସବ ପରିଚାଳନାରେ ବ୍ରହ୍ମଚାରୀ ନୃସିଂହ ନାଥ, ଶରତ ଚନ୍ଦ୍ର ବରାଳ, ସାବିତ୍ରୀ ଦେବୀ, ଶିବାନୀ, ଦ୍ରୌପଦୀ ରାଉତ, ସୁଦର୍ଶନ ମହାନ୍ତି, ଶ୍ରୀବତ୍ସ ନାୟକ, ସଦାଶିବ ପଣ୍ଡା, ଅନନ୍ତ ଲେଙ୍କା, କୁଳମଣି ଦାସ, ପ୍ରଦୀପ ନାୟକ, ଅର୍ଜୁନ ଦାସ, ବିଜୟ ମଲ୍ଲିକ, ଉମେଶ ମଲ୍ଲିକ, ଧୋଇ ମଲ୍ଲିକ ଓ ଶିବାନନ୍ଦ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ପ୍ରମୁଖ ସହଯୋଗ କରିଥିଲେ । ଶିବାନନ୍ଦ ଭଜନ ସନ୍ଧ୍ୟାର ସୁଶୀଲ ସୁତାର, ସୌଭାଗିନୀ ସୁତାର ଓ କୈଳାସ ରାଉତ ପ୍ରମୁଖ ଗୁରୁଦେବଙ୍କ ରଚିତ ଭଜନ ଗାନ କରିି ସମସସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ