ବିଭିନ୍ନ ଦାବୀ ନେଇ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଓକିଲ ସଂଘର ବହୁ ସଦସ୍ୟ ମାନେ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପଜିଲ୍ଲାପାଳଙ୍କ କୋର୍ଟ ଚାଲିଥିବା ସମୟରେ ଆବଶ୍ୟକୀୟ ଅନୁଯାୟୀ ଚେୟାର ଏବଂ କାର୍ଯ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟରେ କର୍ମଚାରୀ ମାନେ ଓକିଲ ମାନଙ୍କୁ ଅସହଯୋଗ କରୁଥିବା ନେଇ ବୁଧବାର ଅପରାହ୍ନରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଉପସଭାପତି ଚୈତନ୍ୟ ପ୍ରଧାନ, ସାଧାରଣ ସଂପାଦକ ଏଲ୍‌. ଗୋପାଳ ରାଓ, ଆଇନଜୀବି ରାମଚନ୍ଦ୍ର ବେହେରା, ମନୋଜ କୁମାର ବେହେରା, ପରମାନନ୍ଦ ମିଶ୍ର,ବାବୁ ନାହାକ, ସୁରେଶ ସେନାପତି, ସଂଜୟ ବେହେରା, ଶଶୀ ଭୂଷଣ ପଟ୍ଟନାୟକ, ସୁରେଶ ପଟ୍ଟନାୟକ, କମଳ ଲୋଚନ ଦାସ, ଶ୍ରୀକାନ୍ତ ମିଶ୍ର, ସମୀର ପାଣିଗ୍ରାହୀଙ୍କ ସମେତ ବହୁ ଆଇନଜୀବି ମାନେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କୋର୍ଟ ପରିସରରେ ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ଚେୟାର ଏବଂ ବିଭିନ୍ନ କାର୍ଯ୍ୟରେ କାର୍ଯ୍ୟାଳୟର କର୍ମଚାରୀ ମାନେ ସହ ଯୋଗ କରିବା ନିମନ୍ତେ ଦାବି କରିଥିଲେ । ଉପଜିଲ୍ଲାପାଳଙ୍କ ଠାରୁ ଆଶ୍ୱାସନା ମିଳିବା ପରେ ଆଇନଜୀବି ମାନେ ଆଲୋଚନା କରି ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ