ସରକାରଙ୍କ ବେଳାଭୂମି ମଦ ବିକ୍ରି ନୀତିିର ପ୍ରତିବାଦ ପାଇଁ‘ମୋନା’ର ଖସଡ଼ା ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଚାନ୍ଦିପୁର, ଉଦୟପୁର ଓ ତାଳସାରି ପ୍ରଭୃତିି ବେଳାଭୂମିରେ ରାଜ୍ୟ ସରକାରଙ୍କ ‘ମଦ କୁଡ଼ିଆ’ ସ୍ଥାପନ ନିଷ୍ପତ୍ତିକୁ ବିରୋଧରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ‘ମୋନା’ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବା ନେଇ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ‘ମୋନା’ କାର୍ଯ୍ୟାଳୟଠାରେ ସଂଗଠନର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ବୈଠକରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ମଦ ତୀତି ପ୍ରତିବାଦ ପାଇଁ ଖସଡ଼ା ପ୍ରସ୍ତୁତ କରିଥିଲେ । ୩ ବେଳାଭୂମିରେ ଶାନ୍ତି ପଦଯାତ୍ରା ଓ ସାଧାରଣ ସଭା ଆୟୋଜନ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି । ସେହିପରି ବାଲେଶ୍ୱର ସହରର ପୁରୁଣା ବାଲେଶ୍ୱର ଓ ଅରଡ଼ବଜାର ଅଞ୍ଚଳରେ ପଥପ୍ରାନ୍ତ ସଭା ଓ ଗଣ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଆସନ୍ତା ଗାନ୍ଧି ଜୟନ୍ତୀ ପୂର୍ବରୁ ଅର୍ଥାତ ଅକ୍ଟୋବର ୧ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ ତଥା ସାମାଜିକ ଅନୁଷ୍ଠାନ ସହ ମିଳିତ ଗଣଧାରଣା, ଆସନ୍ତା ସୋମବାର ଦିନ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଚାନ୍ଦିପୁର ଅଂଚଳର ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀଙ୍କ ସହ ଜିଲାପାଳଙ୍କୁ ପ୍ରତିବାଦପତ୍ର ପ୍ରଦାନ ପାଇଁ ଏହି ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ସାଧାରଣ ସଂପାଦିକା ମମତା ମହାପାତ୍ରଙ୍କ ସମେତ ଊପଦେଷ୍ଟା ସୁବ୍ରତ କର, କୁମୁନ୍ଦ ରଞ୍ଜନ ଗିରି, ଡ. କ୍ଷିତୀଶ୍ୱର ଦାଶ, ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ା, ଶଶାଙ୍କ ଶେଖର ଦତ, କମଳାକାନ୍ତ ଦାଶ, ସନାତନ ଦାସ, ତ୍ରିଦୀପ ନାୟକ, ବେଣୁଧର ସାହୁ, ଶେଖ କରିମ, ଶ୍ରୀକାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ବସନ୍ତ ତ୍ପ୍ରଧାନ, ପ୍ରସନ୍ନ କୁମାର ପାଢ଼ୀ ପ୍ରମୁଖ ମୋନାର କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୀତାରାମ ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ