ଆଜି ନିଟ୍ ପରୀକ୍ଷା

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ରବିବାର ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୨୦୨୧ ଶିକ୍ଷାବର୍ଷର ମେଡିକାଲ ତଥା ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟାରେ ଶେଷ ହେବ ନିଟ୍ ପରୀକ୍ଷା । ଦେଶ ଓ ବିଦେଶରେ ୨୦୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । କୋଭିଡ କଟକଣାକୁ ଲକ୍ଷ୍ୟ କରି ପରୀକ୍ଷା କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରଯାଇଛି ।
ଏଥର ମୋଟ ୧୬ଲକ୍ଷ ୧୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରାଜ୍ୟରେ ୧୬ଟି ସହରରେ ୩ ହଜାର ୮୫୮ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା । ପରୀକ୍ଷାର୍ଥୀଙ୍କୁ କୋଭିଡ ନିୟମମାନି କେନ୍ଦ୍ରକୁ ଆସିବାକୁ ନିର୍ଦ୍ଦେଶ ହୋଇଛି । ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ ଦିନ ୧୧ଟା ରୁ ସାଢେ ଗୋଟେ ମଧ୍ୟରେ ପ୍ରବେଶ କରିବେ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯେପରି ଭିଡ଼ ନ ହୁଏ ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଟାଇମ୍‌ ସ୍ଲଟ୍‌ ପ୍ରଦାନ କରାଯାଇଛି ।ଓଡ଼ିଶାର ୧୬ଟି ସହରରେ ନିଟ୍ ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହେଉଛି । କେବଳ ଭୁବନେଶ୍ବରରେ ୧୬ଟି କେନ୍ଦ୍ର ହୋଇଛି । ଏଥିରେ ୧୦ ହଜାର ୯୯୬ ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ସୂଚନା ମିଳିଛି । ଏନ୍ୟପଟେ ପ୍ରଶ୍ନପତ୍ର କିପରି ଲିକ୍ ନ ହେବ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ