ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ଛାତ ରୁ ପାଣି ଗଳୁଛି : ରୋଗୀ ହନ୍ତସନ୍ତ
ନିମାପଡା (ସନ୍ତୋଷ ଦାଶ ) :ଲଘୁଚାପ ବର୍ଷାରେ ବେହାଲ ହୋଇପଡିଛି ପୁରୀ ଜିଲ୍ଲା ର ଗ୍ରାମାଞ୍ଚଳ l ଶନିବାର ରାତିରୁ ଅବିରତ ଭାବେ ବର୍ଷା ଲାଗିରହିଛି, ଯାହାଫଳରେ ଗ୍ରାମାଞ୍ଚଳରେ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି l ଚାରିଛକ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଛାତ ରୁ ପାଣି ଗଳୁଥିବାରୁ ଚିକିତ୍ସିତ ହେଉଥିବା ରୋଗୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ସ୍ୱାସ୍ଥ୍ୟକେନ୍ଦ୍ର ର ପ୍ରସୂତିବିଭାଗ ଗୃହଟି ରେ ସଟ ସର୍କିଟ ହୋଇ ସମ୍ପୂର୍ଣ୍ଣ ଗୃହ ର କାନ୍ଥ, ଚଟାଣ କରେଣ୍ଟ ହୋଇଯାଇଥିଲା l ସୌଭାଗ୍ୟକୁ କେହି ଆହତ ହୋଇ ନାହାନ୍ତି l ବର୍ଷା କମିବାପରେ ଅବସ୍ଥା ସ୍ୱାଭାବିକ ହୋଇଥିଲା l ସରକାର ସ୍ୱାସ୍ଥ୍ୟକେନ୍ଦ୍ର ମରାମତି ନାମରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ବର୍ଷା ହେଲେ ଛାତ ରୁ ପାଣି ଗଳିବା, ଘର ସାରା କରେଣ୍ଟ ହୋଇଯିବା ଘଟଣା ସ୍ୱାସ୍ଥ୍ୟକେନ୍ଦ୍ର ମରାମତି ର ମାନ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି l ସ୍ୱାସ୍ଥ୍ୟକେନ୍ଦ୍ର ରେ ହୋଇଥିବା ସମସ୍ତ କାର୍ଯ୍ୟ ର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି l


