ସାହାରା ଜମାକାରୀ ସଂଘର କର୍ମକର୍ତ୍ତା ଚୟନ : ଜମାରାଶି ଫେରସ୍ତ ନହେଲେ ଆନ୍ଦୋଳନ ଚେତାବନୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଏକ ଅର୍ଥଲଗାଣ କାରୀ ସଂସ୍ଥା ସାହାରା ଇଣ୍ଡିଆରେ ଜମା କରିଥିବା ବ୍ୟକ୍ତିଙ୍କ ଅର୍ଥ ଫେରସ୍ତ ନହେବା ନେଇ ଗତ କିଛି ବର୍ଷ ଧରି ଉଦବେଗ ପ୍ରକାଶ ପାଇଛି । ଏ ନେଇ ସ୍ଥାନୀୟ ସାହାରା ଜମାକାରୀ ମଞ୍ଚ ପକ୍ଷରୁ ରବିବାର ସ୍ଥାନୀୟ ବ୍ଳକ ଶ୍ୟାମଳାୟୀ ମନ୍ଦିର ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂପୃକ୍ତ ଅର୍ଥ ଲଗାଣକାରୀ ସଂସ୍ଥାରୁ ଜମାକାରୀ ମାନେ ଜମାଅର୍ଥ ଓ ସୁଧ କିପରି ପାଇପାରିବେ ସେ ନେଇ ଆଲୋଚନା କରାଯାଇଥିଲା । ଜମାକାରୀ ମାନେ ଜମାଅର୍ଥ ଫେରସ୍ତ ପାଇବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସକାଶେ ଏକ ୧୫ ଜଣିଆ କମିଟି ଗଠନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସଭାପତି ଭାବେ କୁମୁଦ ରଞ୍ଜନ ପାଢି, ସମ୍ପାଦକ ଭଗବାନ ନାହାକ, ଉପସଭାପତି ନିଳାଞ୍ଚଳ ନାହାକ, ସହ ସମ୍ପାଦକ ବିରଞ୍ଚି ପାଢି, କୋଷାଧ୍ୟକ୍ଷ ନରସିଂହ ସାହୁ ଏବଂ କାର୍ଯ୍ୟକାରିଣୀ ସଭ୍ୟ ଭାବେ ବିନୟ କୁମାର ପାଣିଗ୍ରାହୀ, ପିୟୁଷ କିରଣ ପାଢି, ସ୍ବାଧିନ କୁମାର ଦାଶ, ବସନ୍ତ ଚୈଧୁରୀ, ମନମୋହନି ତ୍ରିପାଠୀ, ରଞ୍ଜିତ ବିଷୋୟୀ, ଦିଲିପ ପଣ୍ଡା, ସିତାରାମ ସାହୁ, ଭାଗିରଥି ପଣ୍ଡା ଓ ବିଜୟ କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା । ଜମାକାରୀ ମାନଙ୍କୁ ଜମାଅର୍ଥ ସୁଧ ସହ ପ୍ରଦାନ ସକାଶେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ପ୍ରେରଣ କରାଯାଇଛି । ଏହାର ଏକାକିତା ନକଲ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ, ଛତ୍ରପୁର ଉପ ଜିଲ୍ଲାପାଳ, ଆସିକା ପୁଲିସ ଉପଖଣ୍ଡ ଅଧିକାରୀ, ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ, ସଂପୃକ୍ତ ଅର୍ଥ ଲଗାଣକାରୀ ସଂସ୍ଥାର ସ୍ଥାନୀୟ ଶାଖା ପରିଚାଳକ, ଆସିକା ସେକ୍ଟର ପରିଚାଳକ, ଆଞ୍ଚଳିକ ପରିଚାଳକ, ଜୋନାଲ ଚିଫ ମେନେଜର ଓ ଭୂବନେଶ୍ବର ଟେରିଟୋରୀ ମୁଖ୍ୟଙ୍କୁ ପ୍ରଦାନ କରାଯାଇଛି ବୋଲି ସଂଘ ସଭାପତି ଶ୍ରୀ ପାଢି କହିଛନ୍ତି । ଜମାକାରୀଙ୍କୁ ଜମାଅର୍ଥ ଫେରସ୍ତ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ।


