ବସନ୍ତିଆ କୂଳ ସମାଜର ବୈଠକ
ଛତ୍ରପୁର (ଦେବିଦତ୍ତ ମହାରଣା): ସୁନ୍ଦରପୁର ସ୍ଥିତ ଡାଳଖାଇ ମନ୍ଦିର ପ୍ରାଙ୍ଗଣରେ ବସନ୍ତିଆ କୂଳ ସମାଜର ଏକ ଜରୁରୀ ବୈଠକ କୁଳ ସମାଜର ସଭାପତି ତାରିଣୀ ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ରାଜ୍ୟ ଅନଗ୍ରସର ଶ୍ରେଣୀ କର୍ମଚାରୀଙ୍କ ଯେଉଁ ଅଧିସୂଚନା ପ୍ରକାଶ ପାଇଛି ସେହି ବିଷୟରେ ଆଲୋଚନା ହୋଇଥିଲା । ବସନ୍ତିଆ ଜାତିକୁ ଓଏସସିବିସି ଶ୍ରେଣୀରେ ସାମିଲ୍ ହେବା ପାଇଁ ଯେଉଁ ଅଧିସୂଚନା ପ୍ରକାଶ ପାଇଛି ତାକୁ ସ୍ୱାଗତ କରାଯାଇଥିଲା ଏବଂ କମିଶନ ଜାତିର ଯେଉଁ ସତ୍ୟପାଠ ମାଗିଛନ୍ତି ତାହାକୁ ଜାତି ତରଫରୁ ସତ୍ୟପାଠ ସମ୍ପର୍କିତ ତଥ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଆଲୋଚନାରେ ବସନ୍ତିଆ କୂଳ ସମାଜର ସମ୍ପାଦକ ରାଜେନ୍ଦ୍ର ବିଷୋୟୀ, ପ୍ରକାଶ ଚନ୍ଦ୍ର ବିଷୋୟୀ, ସୁରେନ୍ଦ୍ର ନାହାକ, ପ୍ରକାଶ ଚନ୍ଦ୍ର ନାହାକ, ମାଗୁଣି ବିଷୋୟୀ, ଶିଶିର ନାହାକ, ସୋମନାଥ ନାହାକ, ଅନନ୍ତ ନାହାକ, ନାରାୟଣ ନାହାକ, ଗଦାଧର ନାହାକ, ସୁବାଷ ପ୍ରଧାନ, ଶଙ୍କର ନାହାକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।