୨୫ ଓ ୨୯ନଂ.ପାଣି ପଞ୍ଚାୟତ ପାଇଁ ୨୧ ଓ ୨୨ ତାରିଖରେ କର୍ମକର୍ତ୍ତା ନିର୍ବାଚନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଜଳ ସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବୈତରଣୀ ଜଳସେଚନ ଡିଭିଜନ୍ କାର୍ଯ୍ୟାଳୟ ଶାଳପଡା ଅଧିନ ଶାଳନିଆଁ ଜଳସେଚନ ଉପବିଭାଗ ଅନ୍ତର୍ଗତ ଦୁଇ ଗୋଟି ପାଣି ପଞ୍ଚାୟତ ଅଧିନିୟମ ୨୦୦୨ ଧାରା ୪(୧) ଓ ଧାରା ୩୯(୧) ଅନୁଯାୟୀ କୋଭିଡ୍‌-୧୯ ତାଲା ବନ୍ଦ ନିମନ୍ତେ ବନ୍ଦ ଥିବା କାର୍ଯ୍ୟ ନିର୍ବାହୀ କମିଟିର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ପ୍ରକାଶ ଯେ, ଏପ୍ରିଲ ଓ ମେ ମାସରେ ନିର୍ବାଚନ ଚାଲୁଥିବା ବେଳେ କୋଭିଡ୍ ପ୍ରଭାବରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ରାଜ୍ୟ ସରକାର କଟକଣା ପ୍ରତ୍ୟାହାର କରିବା ପରେ ବନ୍ତ ଜଳସେଚନ କାର୍ଯ୍ୟାଳୟସ୍ଥିତ ସେକ୍ସନ-୨ ଠାରେ ଚଳିତ ମାସ ୨୧ ଓ ୨୨ ତାରିଖରେ ୨୫ ଓ ୨୯ନଂ. ପାଣି ପଞ୍ଚାୟତ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ସକାଳ ୯ଟା ୩୦ରୁ ୧୧ଟା ୩୦ରେ ପ୍ରାର୍ଥୀ ପତ୍ର ଦାଖଲ, ୧୧ଟା୩୦ରୁ ୧୨ଟା ୩୦ ପ୍ରାର୍ଥୀ ପତ୍ର ଯାଞ୍ଚ, ୨ଟା୩୦ରୁ ୧ଟା ମଧ୍ୟରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଓ ୧ଟାରୁ ୧ଟା ୩୦ ମଧ୍ୟରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ଓ ଅପରାହ୍ନ ୨ଟା୩୦ରୁ ୩ଟା ୩୦ ମଧ୍ୟରେ ପାଣି ପଞ୍ଚାୟତର ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଉପ ନିର୍ବାଚନ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ବନ୍ତ ଜଳସେଚନ ସେକ୍ସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ