ହସ୍ତଶିଳ୍ପ ବିକାଶ ସମ୍ବନ୍ଧୀୟ ଗଂଜାମ ଜିଲ୍ଲା ମନିଟରିଂ କମିଟି ବୈଠକ,ଗଂଜାମ ହାଟରେ ଖୋଲିବ ହସ୍ତଶିଳ୍ପ ଷ୍ଟଲ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଥିବା ଗଂଜାମ ହାଟ ଠାରେ ଏକ ହସ୍ତଶିଳ୍ପ ଷ୍ଟଲ ଖୋଲିବ । ଗୁରୁବାର ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହସ୍ତଶିଳ୍ପ ବିକାଶ ସମ୍ବନ୍ଧୀୟ ଗଂଜାମ ଜିଲ୍ଲା ମନିଟରିଂ କମିଟି ବୈଠକରେ ଏହା ସ୍ଥିର ର ହୋଇଛି । ଅନୁଷ୍ଠିତ ବୈଠକରେ ଆସିଷ୍ଟାଂଟ ଡାଇରେକ୍ଟର (ହସ୍ତଶିଳ୍ପ) ଉମାପତି ବେହେରା ସୂଚନା ଦେଇଥିଲେ l ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ଅଧ୍ୟକ୍ଷତା କରିଥିଲେ । କିଭଳି ଗଂଜାମ ଜିଲାରେ ହସ୍ତଶିଳ୍ପ ସହ ଏଥିସହ ଯୋଡି ହୋଇଥିବା କାରିଗର ମାନଙ୍କର ବିକାଶ ହେବ ସେଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବିଭିନ୍ନ ହସ୍ତଶିଳ୍ପ ଉପରେ ତାଲିମ, ଆତ୍ମନିର୍ଭରଶୀଳ ପାଇଁ ଋଣ, ଘର ଓ ୱାର୍କସେଡ୍ ର ବ୍ୟବସ୍ଥା ଆଦି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏନେଇ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିଲା । ଉକ୍ତ ପ୍ରସ୍ତାବ ଗୁଡିକର ଅନୁମୋଦନ ପାଇଁ ରାଜ୍ୟ ହସ୍ତଶିଳ୍ପ ବିଭାଗକୁ ପଠାଯିବ ବୋଲି ସୂଚନା ଦିଆଯାଇଛି । ବୈଠକରେ ଏଲଡିଏମ ଅଶୋକ କୁମାର ପଣ୍ଡା ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ୧୧ଟି ହସ୍ତଶିଳ୍ପ ଉପରେ ବିଭିନ୍ନ ସ୍ଥାନରେ ୧୬୫ ଜଣଙ୍କୁ ତାଲିମ ଦିଆଯିବାର ପ୍ରସ୍ତାବ ଅଛି । ବୈଠକରୁ ଆହୁରି ଜଣାଯାଇଛି ଯେ ଶିଳ୍ପୀ ଉନ୍ନତି ଯୋଜନାରେ ୫୬ ଜଣଙ୍କୁ ଋଣ ଦିଆଯିବ । ବିଭିନ୍ନ ହସ୍ତଶିଳ୍ପ ୱାର୍କସେଡ୍ କମ୍ ହାଉସିଂ ପାଇଁ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଇଛି । ୫୦ ପ୍ରକାର ହସ୍ତଶିଳ୍ପ କୁ ଓଡିଶା ସରକାର ମାନ୍ୟତା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ