ଚମାଖଣ୍ଡି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍

ଛତ୍ରପୁର, (ଦେବଦତ୍ତ ମହାରଣା):କେନ୍ଦ୍ର ସରକାରଙ୍କ ସ୍ୱଚ୍ଛଭାରତ ମିସନ୍‌ର ଗଜେନ୍ଦ୍ର ପ୍ରତାପ ସିଂ ଓ ବିବେକ ପାଣ୍ଡେ ଆଜି ଗଞ୍ଜାମ ଜିଲ୍ଲାର ମୋ ସ୍ୱାଭିମାନ ସ୍ୱଚ୍ଛ ଗଂଜାମ ଆନୁକୂଲ୍ୟରେ ଛତ୍ରପୁର ବ୍ଲକର ଚମାଖଣ୍ଡି ପଞ୍ଚାୟତରେ କାର୍ଯ୍ୟକ୍ଷମ ହୋଇଥିବା ମୋଇକ୍ରୋ କମ୍ପୋଷ୍ଟ କେନ୍ଦ୍ର (ବିଭବ କେନ୍ଦ୍ର) କୁ ଅନୁଧ୍ୟାନ କରିଥିଲେ । ବଣବୁଲାପଲ୍ଲୀ ଗ୍ରାମର ମା’ବିରସିଙ୍ଗ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପଞ୍ଚାୟତର ଘରକୁ ଘର ବୁଲି ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରୁଛନ୍ତି । ସେଗୁଡିକୁ ଏହି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ରକୁ ପଠାଇଥାନ୍ତି । ସେଠାରେ ଜୈବିକ ସାର ପ୍ରସ୍ତୁତ କରାଯାଇଥାଏ । ଏସମସ୍ତ ବିଷୟକୁ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ, ପଞ୍ଚାୟତ ସରପଞ୍ଚ ସୁସ୍ମିତା ପ୍ରଧାନ ଓ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିଥିଲେ । ପଞ୍ଚାୟତର ପ୍ରାୟ ୧୪ ଶହ ଘର ଏବଂ ୬୦ରୁ ଅଧିକା ଦୋକାନ ରହିଛି । ସେମାନଙ୍କୁ ଗ୍ରିନ୍ ଓ ବ୍ଲୁ ଦୁଇଗୋଟି ଅଲଗା ଅଲଗା ଡଷ୍ଟବିନ୍ ଦିଆଯାଇଛି । ପ୍ରତ୍ୟେକ ଘରୁ ମାସିକ ୧୦ ଟଙ୍କା ଏବଂ ଦୋକାନୀଙ୍କ ଠାରୁ ମାସିକ ୫୦ ଟଙ୍କା ୟୁଜର ଫି’ ଆଦାୟ କରାଯାଉଛି । ଅନ୍ୟମାନଙ୍କ ମଧ୍ୟରେ ଜଳ ଓ ପରିମଳ ବିଭାଗର ଜିଲ୍ଲା ସଂଯୋଜକ ମହେଶ କୁମାର ତରାଇ, ଜଳ ଓ ପରିମଳ ବିଭାଗର ଛତ୍ରପୁର ବ୍ଲକ କନିଷ୍ଠ ଯନ୍ତ୍ରୀ କାଳୁ ଚରଣ ପାତ୍ର ଓ କମଲ ଲୋଚନ ନାୟକ, ଓଡିଶା ଜୀବିକା ମିସନ୍‌ର ବ୍ଲକ ପ୍ରକଲ୍ପ ସଂଯୋଜିକା ମାନିନୀ ଜେନା, ମା’ ବିରସିଙ୍ଗ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଆର୍‌.ଜ୍ୟୋତି ରେଡ୍ଡୀ ଓ ସଂପାଦିକା ଆର୍‌.କମଲା ରେଡ୍ଡୀ, ବ୍ଲକ କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରା, ପଞ୍ଚାୟତ ଅଧିକାରୀ ସନ୍ତୋଷ କୁମାର ବେହେରା, ବିଆରସି ରଶ୍ମିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁର ବ୍ଲକ ୬ଟି ପଞ୍ଚାୟତରେ ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ନିର୍ମାଣ ଚାଲିଥିବା ବେଳେ ଚମାଖଣ୍ଡି ପଞ୍ଚାୟତର କେନ୍ଦ୍ର ନିର୍ମାଣ ଶେଷ ହୋଇ ଗତ ଜୁନ୍ ମାସଠୁ କାର୍ଯ୍ୟକ୍ଷମ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ