ସିପିଆଇ(ଏମ) ପକ୍ଷରୁ ବିକ୍ଷୋଭ ଓ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କସିଷ୍ଟ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ବସନ୍ତ କୁମାର ରାଉତଙ୍କୁ ଏକ ୧୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ପୂର୍ବରୁ ସିପିଆଇ(ଏମ) ପକ୍ଷରୁ ଗଣ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବର୍ଷା ଜନିତ ପରିସ୍ଥିତିର ମୁକାବିଲା ପାଇଁ ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରାଯିବା, ସମସ୍ତ କୃଷିଋଣକୁ ଛାଡ କରିବା ସହିତ କୃଷକମାନଙ୍କୁ ସମସ୍ତ ପ୍ରକାର ସହାୟତା ଦିଆଯିବା, ସାର ଯୋଗାଣର ଅବ୍ୟବସ୍ଥାକୁ ଦୁର କରାଯିବା ସହିତ ସାର୍ବଜନୀନ ମାଗଣା ଟିକାଦାନ କାର୍ଯ୍ୟକ୍ରମକୁ ଯୁଦ୍ଧକାଳୀନ ଭିତିରେ କରିବା, କୋଭିଡ୍ ଯୋଗୁଁ ମୃତ୍ୟୁବରଣ କରିଥିବା ମୃତକଙ୍କ ସଂଖ୍ୟା ପ୍ରକାଶ କରିବା ଏବଂ ମୃତକଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରାଯିବା, ପ୍ରତି ପରିବାରକୁ ମୁଣ୍ଡ ପିଛା ୧୦ କେ.ଜି ଚାଉଳ/ଗହମ ଯୋଗାଇ ଦେବା ସହିତ ଡାଲି, ଖାଇବା ତେଲ, ଚିନି ଇତ୍ୟାଦି ମାଗଣା ରାସନ କିଟ୍ ଯୋଗାଇ ଦିଆଯିବା, ଆୟକର ପରିସରଭୁକ୍ତ ନଥିବା ପ୍ରତି ପରିବାରକୁ ମାସିକ ୭୫୦୦ ଟଙ୍କା ନଗଦ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବା, ରାଜ୍ୟର ସମସ୍ତ ଚାଷୀଙ୍କ ଠାରୁ ସରକାରୀ ଦରରେ ମଣ୍ଡି ଜରିଆରେ ଧାନ କ୍ରୟ କରାଯିବା, ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ଦେଇ ଚାଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରାଯିବା ଏବଂ ଭାଗଚାଷୀଙ୍କୁ ମଣ୍ଡିରେ ଧାନବିକ୍ରିର ଅଧିକାର ଦିଆଯିବା, କୃଷକ ବିରୋଧି ୩ଟି ନୂତନ କୃଷି ଆଇନ ବାତିଲ କରି ସ୍ୱାମୀନାଥନ କମିଶନ ସୁପାରିଶ ଆଧାରରେ ଧାନର ସହାୟକ ମୁଲ୍ୟ ଧାର୍ଯ୍ୟ କରାଯିବା, ପେଟ୍ରୋଲଜାତ ସାମଗ୍ରୀ ଉପରେ କେନ୍ଦ୍ରୀୟ ଅବକାରୀ ଶୁକ୍ଲ ପରିମାଣ ହ୍ରାସକରି ଡିଜେଲ, ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସର ଦର କମାଯିବା ଏବଂ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରାଯିବା, ଗ୍ରାମାଚଂଳରେ ସମସ୍ତ ଇଛୁକ ବ୍ୟକ୍ତିଙ୍କୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌.ଜି.ଏନ୍‌.ଆର୍‌.ଇ.ଜି.ଏ) ଅନୁଯାୟୀ ବାର୍ଷିକ ଦୁଇଶହ ଦିନର କାମ ଏବଂ ଦୈନିକ ମଜୁରୀ ୬୦୦ ଟଙ୍କା ଧାର୍ଯ୍ୟ କରାଯିବା, ରାଜ୍ୟର ଆଦିବାସୀ ଓ ପାମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର, ଆଦିବାସୀ ଓ ଦଳିତମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା, ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଓ ଗ୍ରାମୀଣ ମହିଳାମାନଙ୍କର ପୋଷଣ ବୃଦ୍ଧି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିଆଯିବା, ସରକାରୀ ଉଦ୍ୟୋଗକୁ ଘରୋଇକରଣ ବନ୍ଦ କରିବା, ଆଉଟ ସୋର୍ସିଂ, ଠିକା, ଅସ୍ଥାୟୀ ଶ୍ରମିକ କର୍ମଚାରୀଙ୍କ ଛଟେଇ ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା, ଶ୍ରମିକ ବିରୋଧି ୪ଟି ନୂତନ ଲେବର କୋଡ ବାତିଲ କରାଯିବା, ଶ୍ରମିକ ମାନଙ୍କର ଦାବି ଆଦାୟ ପାଇଁ ଧର୍ମଘଟ ଓ ମଜୂରୀ ମୂଲଚାଲ କରିବା ଅଧିକାରକୁ ପୁର୍ନବାହାଲ କରାଯିବା, ସରକାରୀ ଦପ୍ତର ଗୁଡିକରେ ଖାଲି ପଡିଥିବା ସମସ୍ତ ପଦବୀ ଗୁଡିକୁ ପୂରଣ କରାଯିବା, ଭିତିଭୂମି କ୍ଷେତ୍ରରେ ସରକାରୀ ବିନିଯୋଗ ବୃଦ୍ଧି କରି ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯିବା, ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ଆଗ୍ରାଧିକାର ଭିତିରେ ଟିକାଦାନ କରି ତୁରନ୍ତ ଶିକ୍ଷାନୁଷ୍ଠାନ ଖୋଲିବା, ଅଣୁ ଓ ଲଘୁ ଶିଳ୍ପର ପୁନରୁଥାନ ପାଇଁ ଋଣ ବଦଳରେ ପ୍ୟାକେଜ ଘୋଷଣା କରିବା, ଓଡିଶାରେ ବିଦ୍ୟୁତ୍ ଶୁକ୍ଳ ହ୍ରାସ କରାଯିବା ସହିତ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବା, କୋଭିଡ୍ ମହାମାରୀ ଯୋଗୁଁ କ୍ଷତିଗସ୍ତ ଛୋଟ ଓ ମଧ୍ୟମ ଦୋକାନ, ଅଣୁ ଓ ଲଘୁ ଶିଳ୍ପ ଉଦ୍ୟୋଗକୁ ବିଦ୍ୟୁତ୍ ବିଲରେ ରିହାତି ଦେବା, ପେଗାସସ ପରି ସାମରିକ ଗୁଇନ୍ଦାଗିରୀର ସୁପ୍ରୀମ୍ କୋର୍ଟ ତତ୍ୱାବଧାନରେ ବିଚାର ବିଭାଗୀୟ ତଦନ୍ତ କରିବା, ରାଫେଲ୍ ଦୁର୍ନିତିର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା, ସ୍ୱଳ୍ପ ଖର୍ଚ୍ଚର ପୁରାତନ ବୁଝାମଣା କୁ ବାତିଲ କରି ଅଧିକା ଦାମରେ କରାଯାଇଥିବା ନୂତନ ବୁଝାମଣା ବାତିଲ କରାଯିବା, ୟୁ.ଏ.ପି.ଏ. ପରି ନିଷ୍ଠୁର ଆଇନ ବଳରେ ଗିରଫ ହୋଇଥିବା ଭୀମାକୋରେ ଗାଓଁ, ସିଏଏ ବିରୋଧି ପ୍ରତିବାଦ କାରୀଙ୍କ ସମେତ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ଖଲାସ କରିବା, ଗଣତାନ୍ତ୍ରିକ, ସାମାଜିକ ଓ ମାନବିକ ଅଧିକାର ପାଇଁ ସଂଗ୍ରାମ କରୁଥିବା ବ୍ୟକ୍ତିଙ୍କୁ ଦେଶଦ୍ରୋହ/ଜାତୀୟ ନିରାପତା ଆଇନ ବଳରେ ଗିରଫଦାରୀ ବନ୍ଦ କରି ଗିରଫ ବ୍ୟକ୍ତିମାନଙ୍କୁ ଖଲାସକରାଯିବା, ମତବ୍ୟକ୍ତ କରିବା ଅଧିକାର ସାବ୍ୟସ୍ତ କରିବା ଭଳି ମୈାଳିକ ଅଧିକାର ବଳରେ କାର୍ଯ୍ୟ କରି ଗିରଫ ହୋଇଥିବା ସମସ୍ତ ସାମ୍ବାଦିକଙ୍କୁ ତୁରନ୍ତ ଖଲାସ କରାଯିବା ସହିତ ଜାମ୍ମୁ ଓ କାଶ୍ମୀରରେ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ତୁରନ୍ତ ଖଲାସ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭରେ ସିପିଆଇ(ଏମ)ର ଜିଲ୍ଲା ସମ୍ପାଦକ ଗୟାଧର ଧଳ, ବରିଷ୍ଠ ନେତା ଜଗତଜୀବନ ଦାଶ, ମାଧବ ଦାସ, ବିନୟ କୁମାର ମଲ୍ଲିକ, ଅଶୋକ ନାଥ, ମଥୁରୀ ମଳିକ, ରମେଶ ଚନ୍ଦ୍ର ମଲ୍ଲିକ, ମାନଭଞ୍ଜନ ଷଡଙ୍ଗୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ