ପାଳସାହି ରେ ପାଣି ନିଷ୍କାସନ ଲାଗି ଚାଷୀକୁଳ ହଟ ହଟା

ଧାମନଗର, (ଦୁର୍ଯ୍ୟୋଧନ ଲେଙ୍କା):ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ରେ ଦେଖିବାକୁ ମିଳିଛି ଚାଷୀ କୂଳ ପାଇଁ ପାଣି ନିଷ୍କାସନ ଲାଗି ହଟହଟା ହେବାର ଦୃଶ୍ୟ କାରଣ ଦୀର୍ଘ ୫0 ବର୍ଷରୁ ଉର୍ଦ୍ଧ ବଳ ସାହି ନିକଟରେ ଥିବା ଏକ କଲଭର୍ଟ ରହିଅଛି ଯଉ କଲଭର୍ଟ ଆଖପାଖ ପାଳସାହି ଗ୍ରାମପଞ୍ଚାୟତର ଚାଷୀ ମାନଙ୍କର ଚାଷ ଜମିରୁ ଜଳ ନିଷ୍କାସନ ହୋଇଥାଏ ହେଲେ ଏଠାରେ ପ୍ରଶ୍ନ ଉଠୁଛି ସେଇ ଜାଗା ଉପରେ ଯଦି ଘର ଦ୍ୱାର କରାଯାଏ ତାହାହେଲେ ପାଣି ନିଷ୍କାସନ କଉ ଭଳି ହେବ ଏହି ଭଳି ଘଟଣା ଦେଖିବାକୁ ମିଳିଛି ଏଠାରେ କିଛି ବ୍ୟକ୍ତି ଏଠାରେ ଘର ଦ୍ୱାର କରି ରହିବାକୁ ଲାଗିଲେଣି ଯାହାକୁ ନେଇ ଚାଷୀ କୂଳ ଆଜି ହଟହଟା ହେବାକୁ ପଡିଛି.ଶହେ ଏକରୁ ରୁ ଅଧିକ ଚାଷଜମି ଆଜି ପାଣି ଘେରରେ.ଏ କରୋନା ମହାମାରୀ ଯେଭଳି ସମସ୍ତ ଜୀବିକା ଛଡେଇ ନେଇଛି ସେତବେଳକୁ ଆଉ ଏକ ଦୁଃଖ ଏଠାର ସମସ୍ତ ଚାଷୀ କୂଳ କୁ ଦେଖିବାକୁ ପଡିଛି ଏହା କୁ ନେଇ ସମସ୍ତ ଚାଷୀ ସ୍ଥାନୀୟ ସରପଞ୍ଚ. ଆର ଆଇ, ତହସିଲଦାର. ବିଡ଼ିଓ ପରିଶେଷରେ ଜିଲ୍ଲା ପାଳଙ୍କୁ ଦାବି ପତ୍ର ଦାଖଲ କରିସାରିଛନ୍ତି ହେଲେ ଫଳ ଶୂନ. ଆଗାମୀ ଦିନରେ ଯଦି ଏହାର ସଠିକ ସମାଧାନ ନହୁଏ ଚାଷୀକୁଳ ରାଜରାସ୍ତା କୁ ଓଲେହିବେ ଓ ରାସ୍ତା ରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି.ଚାଷୀ ମାନଙ୍କ ମଧ୍ୟରୁ “ଗଙ୍ଗାଧର ଦାସ. ତପନ କୁମାର ପ୍ରଧାନ. ଧୀରେନ୍ଦ୍ର ପ୍ରଧାନ. ପଞ୍ଚାନନ ଦାସ. ରଞ୍ଜନ କୁମାର ଦାସ. ବୁଦ୍ଧିରାମ ସାହୁ. ନନ୍ଦ କିଶୋର ସାହୁ.ନିରାକାର ସାହୁ. ଧରଣୀ ଦାସ. ବିଷ୍ଣୁ ଚରଣ ଦାସ. ନକୁଳ ଦାସ. ପ୍ରମୁଖ ଓ ସମସ୍ତ ଗ୍ରାମ ବାସି ଗଣ ଦାବି ପତ୍ର ପ୍ରଦାନ କରିଛନ୍ତି ସରକାରଙ୍କ ନିକଟରେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ