ସମ୍ଭାବ୍ୟ ବନ୍ୟାପରିସ୍ଥିତିକୁ ମୁଖ୍ୟମନ୍ତ୍ରୀ ନିଜେ ଅନୁଧ୍ୟାନ କରନ୍ତୁ – ଜନଶକ୍ତି ପାର୍ଟି

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କରୋନ ସଙ୍କଟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ବନ୍ୟାସଙ୍କଟରୁ ରକ୍ଷାକରିବାକୁ ରାଜ୍ୟର ନଦୀବନ୍ଧଗୁଡିକୁ ସଦୃଢୀକରଣ କରିବାକୁ ସମ୍ପୃକ୍ତ ବିଭାଗଗୁଡିକୁ ବହୁ ଆଗରୁ ସଜାଗ କରିବା ସହ କୋଟିକୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି । ଏହାସତ୍ତ୍ୱେ ଲଗାଣ ବର୍ଷାରେ ଗାଁ ଠାରୁ ସହର ଯାଏଁ ସବୁଠି ଜଳବନ୍ଦୀ ଦୁର୍ଦ୍ଦଶା ସାଙ୍ଗକୁ ସମସ୍ତ ନଦୀମାନଙ୍କରେ ବନ୍ୟାସଙ୍କଟ ନେଇ ଲୋକେ ଅତଙ୍କିତ ରହିଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ନିଜେ ବର୍ଷାଜଳ ଓ ସମ୍ଭାବ୍ୟ ବନ୍ୟାପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ଜନଶକ୍ତି ପାର୍ଟି ପକ୍ଷରୁ ଦାବୀ କରାଯାଇଛି । ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଆଡ୍‌ଭୋକେଟ୍ ପ୍ରଦୀପ ଦାଶ ଅଭିଯୋଗ କରିଛନ୍ତି ଯେ ଗାଁ ଗଣ୍ଡା, ସହରାଞ୍ଚଳ ସମେତ ଅଧିକାଶଂ ଚାଷଜମିରୁ ଜଳନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା କରାନଯାଇ ଦୁର୍ନୀତିଖୋର ଅଧିକାରୀ ଓ ଠିକାଦାର ଏ ବାବଦ ଅନୁଦାନ ଚଳୁକରିଛନ୍ତି । ଫଳରେ ରାଜ୍ୟର ୨ହଜାର ରୁ ଉର୍ଦ୍ଧ୍ୱ ଗାଁ ସମେତ ୭୦ ଭାଗ ଚାଷଜମି ପାଣିରେ ବୁଡି ରହିଛି । କୃଷିର କ୍ଷୟକ୍ଷତି ଜନିତ ଫସଲବୀମା ପାଇବାରେ କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ୟା ସୁଧାରିବାକୁ ମୁଖ୍ୟମନ୍ତ୍ରୀ ଏବେଠାରୁ କ୍ଷତିଗ୍ରସ୍ତ ଚାଷଜମିର ସରଜମିନ ଯାଞ୍ଚ କରିବାକୁ ଶ୍ରୀ ଦାଶ ଦାବୀ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟସରକାର ପ୍ରଚଳିତ ରିଲିଫକୋଡ୍ ସଂଶୋଧନ କରି କ୍ଷତିଗ୍ରସ୍ତ ଘର, ପଶୁପକ୍ଷୀ ହାନୀ ପାଇଁ ବର୍ଦ୍ଧିତ ସହାୟତା ରାଶି ସପ୍ତାହକ ମଧ୍ୟରେ ପ୍ରଦାନ ପାଇଁ ଜନଶକ୍ତି ପାର୍ଟି ଦାବୀ କରିଛି । ସେହିପରି ରାଜ୍ୟର ସମସ୍ତ ନଦୀଗୁଡିକରେ ଛତିଶଗଡରୁ ମାତ୍ରାଧିକଜଳ ନିଷ୍କାସନ ହେତୁ ବନ୍ୟାଆଶଙ୍କା ଦେଖାଯାଇଥିବାରୁ ଏଦିଗରେ ମୁଖ୍ୟମନ୍ତ୍ରୀ ନିଜେ ଆକାଶମାର୍ଗରୁ ଅନୁଧ୍ୟାନ କରିବା ସହ ବନ୍ୟା ସଙ୍କଟ ରୋକିବାକୁ ସମ୍ପୃକ୍ତ ବିଭାଗ ଗୁଡିକୁ ଶକ୍ତ ନିର୍ଦେଶ ପ୍ରଦାନ କରନ୍ତୁ, ଖୁବ୍‌ଶୀଘ୍ର ଏ ସବୁ ନଦୀ ଗୁଡିକରେ ବ୍ୟାରେଜ ଓ ଜଳଭଣ୍ଡାର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଜନଶକ୍ତି ପାର୍ଟି ଏକ ପ୍ରେସ୍ ଇସ୍ତାହାରରେ ଦାବୀ କରିଛନ୍ତି ନଚେତ୍ ଆଗାମୀ ଦିନରେ ପାର୍ଟି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିବା କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ପୀତବାସ ଦାଶ, ସଂଖ୍ୟାଲଘୁ ସେଲ ରାଜ୍ୟ ସଭାପତି ସେକ୍ ଅମିରୁଦ୍ଧିନ, ଜିଲ୍ଲା ସଭାପତି ସେକ୍ ଆସିକ ଉଦ୍ଦିନ, ନରୋତ୍ତମ ଜେନା, ନାରାୟଣ ମଲ୍ଲିକ, ସୂର୍ଯ୍ୟମଣି ପଣ୍ଡା, ସୁବାସ ରାଉତ, ବନମାଳୀ ମଲିକ, ବିବେକ ନାୟକ, ଅମର ବିଶ୍ୱାଳ ପ୍ରମୁଖ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ