ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜନ୍ମଦିନ ଅବସରରେ ସେବା ଓ ସମର୍ପଣ ଅଭିଯାନ ପାଳନ କରିବ ବିଜେପି :   ଉମାକାନ୍ତ ମହାପାତ୍ର

ବାଲେଶ୍ଵର, (ସରୋଜ ପଣ୍ଡା): ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଦେଶର ଯଶ୍ଵାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜନ୍ମଦିନ ଚଳିତ ମାସ ସେପ୍ଟେମ୍ବର ୧୭ ତାରିଖ ଦିନ ପାଳନ ହେବାକୁ ଯାଉଛି। ଆସନ୍ତା ମାସ ଅକ୍ଟୋବର ୭ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କର ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ଭାବରେ ୨୦ବର୍ଷର ସେବା କାର୍ଯ୍ୟ ଏବଂ ଦେଶ ପ୍ରତି ସମର୍ପଣର ପୂର୍ତି ହେବାକୁ ଯାଉଛି। ଏହି ୨୦ ଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ଭାରତୀୟ ଜନତାପାର୍ଟି ସେବା ଓ ସମର୍ପଣ ଅଭିଯାନ ରୂପେ ପାଳନ କରିବ ଏବଂ ଦେଶବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ ରହିଛି ଏହି ପରିପ୍ରେକ୍ଷିରେ ବାଲେଶ୍ବର ଜିଲ୍ଲା ଏହାକୁ ପାଳନ କରିବବୋଲି ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ମହାପାତ୍ର କହିଛନ୍ତି।ଏଥିରେ ସମସ୍ତ ଜିଲ୍ଲା, ମଣ୍ଡଳ ଏବଂ ବୁଥ୍ ଭାଗ ନେବେ ଓ ଭାରତୀୟ ଜନତାପାର୍ଟିର ସମସ୍ତ କାର୍ଯ ତାଙ୍କ ଭାଗିଦାରୀ ଏଥିରେ ରହିବ। ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଇତି ମଧ୍ୟରେ ପ୍ରଦର୍ଶନୀ ଜରିଆରେ ମୋଦିଜୀଙ୍କର ବ୍ୟକ୍ତିତ୍ଵ ତାଙ୍କର କୃତିତ୍ଵ ଜନସେବାରେ ତାଙ୍କର ଉପଲବ୍ଧି ଓ କେଉଁଭଳି ଭାବରେ ଦଳିତ, ଗରୀବ, ବଂଚିତ, କୃଷକ, ମହିଳା, ଦିବ୍ୟାଙ୍ଗ ମାନଙ୍କ ପାଇଁ ଲମ୍ବା ସମୟ ଧରି ପ୍ରଧାନମନ୍ତ୍ରୀ ମୋଦି ସେବା ସମର୍ପଣ ଭାବରେ କାର୍ଯ୍ୟ କରିଆସିଛନ୍ତି, ଏହାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ। ନମୋ ଆପ୍ ଜରିଆରେ ଭଚୁଆଲ ପ୍ରଦର୍ଶନୀ ଆୟୋଜନ ହେବ ଏବଂ ସବୁ ଜିଲ୍ଲାରେ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଏହି ପ୍ରଦର୍ଶନୀକୁ ଆସି ଦେଖିପାରିବେ। ପ୍ରତ୍ୟେକ ମଣ୍ଡଳରେ ଦିବ୍ୟାଙ୍ଗ ମାନଙ୍କୁ କୃତ୍ରିମ ଅଙ୍ଗ ବିରତଣ କାର୍ଯ୍ୟକ୍ରମ ହେବ । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ହେବ । ଦିବ୍ୟାଙ୍ଗ ମାନଙ୍କୁ ଯେଉଁ କୃତ୍ରିମ ଅଙ୍ଗ ବଂଟନ କରାଯିବ ସେଥ୍‌ରେ ଦଳର ସମସ୍ତ ମୋର୍ଚ୍ଚା ସାମିଲ ରହିବେ । ପ୍ରତ୍ୟେକ ଜିଲ୍ଲାରେ ଗରିବ, ବସ୍ତା, ଅନାଥାଳୟ, ଡାକ୍ତରଖାନା ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ବିରତଣ କରାଯିବ। ଏହି କାର୍ଯ୍ୟକ୍ରମରେ ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି, ପଛୁଆବର୍ଗ ମୋର୍ଚ୍ଚା, ମହିଳାମୋର୍ଚ୍ଚା ସମସ୍ତେ ଏଥୁରେ ମୁଖ୍ୟ ଭୂମିକା ଗ୍ରହଣ କରିବେ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ମାଗଣା ରାସନ ବ୍ୟାଗ୍ ବିତରଣ କରାଯିବ ଏବଂ ଏଥିରେ ମହିଳାମୋର୍ଚ୍ଚା ମୁଖ୍ୟ ଭୂମିକା ଗ୍ରହଣ କରିବ । ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ରଙ୍କ ଏବଂ ଜିଲ୍ଲା ସଂପାଦକ ଆଶିଷ ଘୋଷ ଦ୍ୱାରା ସମସ୍ତ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରାଯିବ ଏବଂ ସମସ୍ତ ଯୁବକ ବନ୍ଧୁ ମାନଙ୍କୁ ଅନୁରୋଧ ରହିବ ଯେ ସେମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ । କୃଷକ ମୋର୍ଚ୍ଚା ସଭାପତି ଶ୍ରୀ କୈଳାସ ଚନ୍ଦ୍ର ବାରିକଙ୍କ ଦ୍ୱାରା ସେପ୍ଟେମ୍ବର ୧୭ ତାରିଖ ଦିନ ରାଜ୍ୟ ମୁଖ୍ୟାଳୟ ଏବଂ ପ୍ରତ୍ୟେକ ଜିଲ୍ଲାରେ କୃଷକ ଓ ଜବାନ ମାନଙ୍କୁ ସମ୍ମାନିତ କରାଯିବ ପୁର୍ବତନ ଜିଲ୍ଲା ସଭାପତି ଶ୍ରୀ ଲମ୍ବୋଦର ନାୟକଙ୍କ ନେତୃତ୍ବରେ ପ୍ରତ୍ୟେକ ମଣ୍ଡଳରେ ସ୍ୱଚ୍ଛତା ଅଭିଯାନ ହାତକୁ ନିଆଯିବ। ଏଥିରେ ନଦୀ ଓ ଜଳାଶୟର ସଫେଇ କାର୍ଯ୍ୟକ୍ରମ ଏବଂ ବ୍ୟାପକ ଭାବରେ ବୃକ୍ଷରୋପଣ, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍‌ର ବର୍ଜନ ପ୍ରତି ସଚେତନତା ସୃଷ୍ଟି କରାହେବ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତାପାର୍ଟିର ସ୍ବଚ୍ଛ ଭାରତ ଟିମ୍ ଏହାର ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।ସେପ୍ଟେମ୍ବର ୨୫ରେ ଆମ ନୀତି ଆଦର୍ଶର ପ୍ରଣେତା ଏବଂ ପ୍ରେରଣାର ଉତ୍ସ ପଣ୍ଡିତ୍ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ମଧ୍ୟ ଜିଲ୍ଲା ଭବ୍ୟ ଭାବରେ ପାଳନ କରାଯିବ। ପ୍ରତ୍ୟେକ ମଣ୍ଡଳରେ ଏହାର ଗୋଟିଏ ଭର୍ଟୁଆଲ ସେମିନାର୍ ଆୟୋଜନ ହେବ, ଯେଉଁଥିରେ ସର୍ବନିମ୍ନ ଶହେରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତା ଯୋଗଦେବେ ପ୍ରତ୍ୟେକ ବୁଥ୍ ସ୍ତରରେ ପଣ୍ଡିତ୍ବ ଦୀନଦୟାଲ୍ ଉପାଧ୍ୟାୟଙ୍କ ପ୍ରତିମୂର୍ତି ବା ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବ ଏବଂ ତାଙ୍କ ବିଷୟରେ ବକ୍ତବ୍ୟ ଓ ଆଲୋଚନା କରାଯିବ। ସେହିଭଳି ଭାବରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତ୍ୟେକ ବୁଥ୍ ସ୍ତରରେ ମହାତ୍ମାଗାନ୍ଧୀଙ୍କର ପ୍ରତିମୂର୍ତି ପରିସରକୁ ସଫେଇ କରିବା ଓ ପ୍ରତିମୂର୍ତିବା ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବ। ଭୋକାଲ୍ ଫର୍ ଲୋକାଲ୍ କୁ ପ୍ରୋତ୍ସାହନ ଦେଇ ସ୍ଥାନୀୟ କାରିଗର ଏବଂ ଉତ୍ପାଦକଙ୍କୁ ବଢିବାର ସୁଯୋଗ ଦେବା ଯଶ୍ଵାସୀ ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିତ୍ଵ , କୃତିତ୍ଵ, ଜନସେବାରେ ତାଙ୍କର ଉପଲବ୍ଧି ବିଷୟରେ ଭର୍ଦୁଆଲ କନଫରେନ୍ସର ଆୟୋଜନ କରାଯିବ। ନମାମୀ ଗଙ୍ଗେ ଟିମ୍ ନେତୃତ୍ବରେ ବିଭିନ୍ନ ଜାଗାରେ ପାର୍ଟିର କାର୍ଯ୍ୟକର୍ତା ମାନଙ୍କ ଦ୍ବାରା ଯେତିକି ନଦୀ ଅଛି ସମସ୍ତ ନଦିର ସଫେଇ କାର୍ଯ୍ୟକ୍ରମ ଏବଂ ଜଳାଶୟର ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯିବ ଏହି ସମସ୍ତ କଥାକୁ ଲୋକଙ୍କ ପାଖରେ ପହଂଚାଯିବ। ସଂଖ୍ୟାଲଘୁ ମୋର୍ଚ୍ଚା ଦ୍ୱାରା ସମସ୍ତ ପଦ୍ମ ସମ୍ପ୍ରଦାୟର ଧର୍ମଗୁରୁ ମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତର ଆୟୋଜନ କରାଯିବ ଏ ସମସ୍ତ କାର୍ଯ୍ୟକ୍ରମ କୋଭିଡ୍ ନିୟମବଳୀ ମାନି ଳନ କରାଯିବ। ଏଥିରେ ଭାରତୀୟ ଜନତାପାର୍ଟିର ସମସ୍ତ କାର୍ଯ୍ୟକର୍ତା, ନିର୍ବାଚିତ ପ୍ରତିନିଧ୍ୱ ପଦାଧିକାରୀ ଯୋଗଦେବେ। ଏହାକୁ ବ୍ୟାପକ ଓ ଭବ୍ୟ ଭାବରେ କରିବାରେ ସହଭାଗିତା ସମସ୍ତଙ୍କର ରହିବ । ଜିଲ୍ଲାରେ ଭାରତୀୟ ଜନତାପାର୍ଟିର ୪୯ଟି ସାଂଗଠନିକ ମଣ୍ଡଳ ଏବଂ ୧୮୮୭ ବୁଥରେ ଏହି କାର୍ଯ୍ୟକ୍ରମ ପାଳନ ହେବ । ସବୁ କାର୍ଯ୍ୟକର୍ତା ଏଥିରେ ସାମିଲ୍ ରହିବେ । ସମସ୍ତ ବିଷୟକୁ ବ୍ୟାପକ ଭାବରେ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଯିବ ବୋଲି ଉମାକାନ୍ତ ମହାପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ