ରାଜ୍ୟ ସରକାର ମରୁଡି ପ୍ରସଙ୍ଗ ଭୁଲିଯିବା ଦୁର୍ଭାଗ୍ୟଜନକ : ବିଜେପି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ରାଜ୍ୟରେ ଚଳିତ ବର୍ଷ ଭୟାବହ ମରୁଡି ସଙ୍ଗେ ସଙ୍ଗେ ଦାନବରୂପୀ ବର୍ଷା ଓଡିଶା ଚାଷୀକୂଳକୁ ସର୍ବଶ୍ୱାନ୍ତ କରିଛି । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାରେ ହୋଇଥିବା ମରୁଡିକୁ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ । ବିଜେପି ର ୪ଟି ଟିମ୍ ମରୁଡି ଅଂଚଳ ଗ୍ରସ୍ତ କରାଯିବା ସହିତ ଦଳ ତରଫରୁ କ୍ଷତିଗ୍ରସ୍ତ ଅଂଚଳକୁ ମରୁଡି ଅଂଚଳ ଘୋଷଣା କରିବା, ରିଲିଫକୋର୍ଡ ଅନୁଯାୟୀ ସହାୟତା ପ୍ରଦାନ କରିବା, ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା, ଭବିଷ୍ୟତ ଫସଲ ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଜଳସେଚନ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କରିବା ଆଦି ଦାବୀ କରିଛି ।
ଧାନ ଓ ଅନ୍ୟାନ୍ୟ ଫସଲ ପାଇଁ ଆବଶ୍ୟକୀୟ ବର୍ଷା ୬୦/୭୦ ଦିନ ଧରି ନହୋଇଥିବା କାରଣରୁ ଚଳିତ ମାତ୍ରାଧିକ ବର୍ଷା ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କର ଉପକାରରେ ଆସିବ ନାହିଁ କି ଫସଲ ଆଉ ହେବ ନାହିଁ । ରାଜ୍ୟ ସରକାର କାଳିଆ ଯୋଜନାରେ ମାତ୍ର ୨୦୦୦ ଦେବା ଧର୍ମକୁ ଆଖିଠାର । ମରୁଡି ସଂକ୍ରାନ୍ତରେ ବିଧାନସଭା ଗୃହ ବିବୃତିରେ କୌଣସି ଘୋଷଣା କିମ୍ବା ଚାଷୀଙ୍କୁ ସାହାଯ୍ୟକାରୀ ବ୍ୟବସ୍ଥା ଘୋଷଣା ନହେବା ନିନ୍ଦନୀୟ । ଅତିବୃଷ୍ଟିଙ୍କୁ ସରକାର ରାଜ୍ୟ ବିପତି ଘୋଷଣା ବେଳେ ଅନାବୃଷ୍ଟିକୁ ସମ୍ପୂର୍ଣ୍ଣ ଭୁଲିଯାଉଛନ୍ତି । ସରକାର ତୁରନ୍ତ ଉଭୟ ଅନାବୃଷ୍ଟି ଓ ଅତିବୃଷ୍ଟିକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ଘୋଷଣାନାମା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ କୃଷକମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି ।
କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା ମନ୍ତ୍ରାଳୟ ଦ୍ୱାରା ରାଜ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡିଶା ଚାଷୀଙ୍କ ମାସିକ ଆୟ ଭାରତବର୍ଷରେ ୨ୟ ସର୍ବନିମ୍ନ ୫୧୧୨ଟଙ୍କା ହୋଇଥିଲା ବେଳେ ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟସରକାର ଯଦି ସହାୟତା ନ କରନ୍ତି ତେବେ କରିବେ କେବେ? ସରକାର ଘୋଷଣା ସର୍ବସ୍ୱ ନହୋଇ ବିପତି ସମୟରେ ଯୁଦ୍ଧକାଳୀନ ସହାୟତା ଚାଷୀ ପଖରେ ପହଁଚାନ୍ତୁ ବୋଲି ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ