ଭିନ୍ନ ବନ୍ୟା-ନୀତି
ମାୟାଧର ନାୟକ
ବର୍ଷା ଅପେକ୍ଷାରେ ବାଉଳୀଚାଉଳୀ ହେଉହେଉ ଅଚାନକ ଲଘୁଚାପ ସୃଷ୍ଟି ହୋଇ ଚାରିପାଂଚଦିନ ଅସରାଅସରା ମେଘ ବର୍ଷିଗଲେ ଅଜଗର ଗର୍ଭ ପରି ଫୁଲିଉଠେ ଓଡିଶାର ନଈନାଳ … ପାଣିଚାପାର ଫୁକ୍ାରରେ ଫିଟିଯାଏ ହୀରାକୁଦ ବନ୍ଧର ଗୋଟିଏ ପରେ ଗୋଟିଏ କବାଟ! ଚାରିଆଡେ ଆର୍ତନାଦ – ଉପକୂଳବର୍ତୀ ଓଡିଶାରେ ସୃଷ୍ଟି ହୁଏ ଭୟଙ୍କର ବନ୍ୟାର ବିତ୍ପାତ ! ଖବରକାଗଜର ପ୍ରଥମ ପୃଷ୍ଠାରେ ଶିରୋନାମା ହୁଏ – ବନ୍ୟା ! ଅଥଚ ବନ୍ୟାକୁ ନେଇ ନୂତନ ନୀତି ନିର୍ଦ୍ଧାରଣ କରାଯାଇ ଯୋଜନାକୁ କାର୍ଯ୍ୟକାରୀ କରାଯାଇପାରିଲେ – ବିପତି ଯେ ସଂପତିରେ ବଦଳିଯାଇପାରିବ, ଏ କଥା ବୁଝିବା କେବେ?
କେବେ ବନ୍ୟା ତ କେବେ ମରୁଡି, ମଝିରେ ମଝିରେ ବାତ୍ୟା – ପ୍ରତ୍ୟେକବର୍ଷ ଏଇ ଖବରରୁ ଓଡିଶା ନିସ୍ତାର ପାଇଲା ନାହିଁ । ପ୍ରାକୃତିକ ବିପର୍ଯ୍ୟୟରୁ ଓଡିଶା କେବେ ମୁକୁଳିବ? ବନ୍ୟା, ବାତ୍ୟା, ମରୁଡିର କ’ଣ ସ୍ଥାୟୀ ପ୍ରତିକାର ସମ୍ଭବ ନୁହେଁ? ଯଦି ସମ୍ଭବ, ତାହା ହୋଇନପାରିବାର କାରଣ କ’ଣ? ମହାନଦୀରେ ବନ୍ୟା ନିୟନ୍ତ୍ରଣ ନିମନ୍ତେ ଦ୍ୱିତୀୟ ବନ୍ଧ ଟିକରପଡାରେ ନିର୍ମାଣ କରିବା ପାଇଁ ଦୀର୍ଘ ବର୍ଷ ହେଲା କଥା ଚାଲିଛି – ଏଇ ଦୀର୍ଘ ବର୍ଷ ଭିତରେ କେତେ ଯେ ଧନଜୀବନ – ଶସ୍ୟସମ୍ଭାର ଉଜୁଡି ସାରିଛି – ତା’ର ହିସାବ କିଏ ରଖିଛି? କେବଳ ବନ୍ୟା ନୁହେଁ, ବନ୍ୟା ପରେ ପରେ ମହାମାରୀ, ମରୁଡି, ମଡକ ଭଳି ପରିସ୍ଥିତି ଓଡିଶାବାସୀଙ୍କ ଦେହସୁହା ହୋଇଗଲାଣି । ଯେଉଁ ବିପଦକୁ ରୋକିବା ପାଇଁ ଆମେ ଶହେଟଙ୍କା ଖର୍ଚ୍ଚ କରିଥାନ୍ତେ – ସେ ବିପଦ ପଡିଲା ପରେ ଆମେ ଲକ୍ଷେଟଙ୍କା ଖର୍ଚ୍ଚ କରିଲେ ବି ସୁ‘ଳ ମିଳୁନି । ବନ୍ୟାବିପତିର ମୁକାବିଲା ପାଇଁ ସରକାରଙ୍କର ଜନାଭିମୁଖୀ ନିଷ୍ପତି ସହିତ ପ୍ରଶାସନର କର୍ତବ୍ୟନିଷ୍ଠା ଭିତରେ ଯୋଜନଯୋଜନ ବ୍ୟବଧାନ ରହୁଛି ।
ସମୀକ୍ଷା, ପ୍ରସ୍ତାବ, ପ୍ରକଳ୍ପ ସବୁ ଶୁଣିବାକୁ ଭଲ ଲାଗିପାରେ; କିନ୍ତୁ କୌଣସିଟି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାର ଦେଖାନାହିଁ । ମ୍ମପ୍ରଦେଶ, ଛତିଶଗଡରେ ବର୍ଷା ହେଲେ ହୀରାକୁଦ ଡ୍ୟାମରେ ପାଣି ଭର୍ତି ହୋଇଯାଉଛି । ହୀରାକୁଦ ଡ୍ୟାମ ଉଛୁଳିଲେ – ସ୍ଲୁଇସ୍ ଗେଟ୍ ଖୋଲୁଛନ୍ତି – ସେ ଜଳର ଖରପ୍ରଖର ମହାବେଗ ବଙ୍ଗୋପସାଗରରେ ପଡିଲା ବେଳକୁ ମହାନଦୀ ଓ ତାର ଶାଖାନଦୀରେ ପ୍ରବଳ ବନ୍ୟା ହୋଇ ନଦୀକୂଳ ପାଖାପାଖି ଅଂଚଳରେ ବାସ କରୁଥିବା ଦୁଇକୋଟି ଲୋକଙ୍କର ନାହିଁ ନଥିବା କ୍ଷୟକ୍ଷତି କରି ଚାଲିଯାଉଛି । ବନ୍ୟା, ବାତ୍ୟା, ମରୁଡି, ଘରପୋଡି, ଅଂଶୁଘାତ, ଘୂର୍ଣ୍ଣିବାତ୍ୟା, କରକାପାତ ତଥା ଅନ୍ୟାନ୍ୟ କେତେକ ବିପର୍ଯ୍ୟୟ ଓଡିଶାବାସୀଙ୍କ ସହଚର ହୋଇଯାଇଛି । ପ୍ରତିବର୍ଷ କିଛି ନା କିଛି ଘଟୁଛି । ସବୁ କ୍ଷେତ୍ରରେ ଯେ କେବଳ ପ୍ରକୃତି ଦାଉ ସାଧୁଛି, ତା’ ନୁହେଁ; ଅଧିକାଂଶ ‘ମନୁଷ୍ୟକୃତ’ ବିପଦ । ଯେଉଁମାନେ ବିପଦ ପକାଇ ଖସିଯାଉଛନ୍ତି, ସେମାନଙ୍କ ମ୍ମରୁ ଅଧିକାଂଶଙ୍କ ଶ୍ରାଦ୍ଧଦିବସ ଆମେ ପାଳନ କରୁଛୁ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମ୍ମ ଲୋକଙ୍କୁ ପରାମର୍ଶ ଦେଉଛୁ, ଏହା ହିଁ ବିଡମ୍ବନା ।
ହୀରାକୁଦ ଜଳଭଣ୍ଡାରରେ ସର୍ବୋଚ୍ଚ ୬୩୦ ‘ୁଟ ଜଳ ଧାରଣ କରିବା ସମ୍ଭବପର । କିନ୍ତୁ ବର୍ତମାନ ପ୍ରାୟ ଜଳଭଣ୍ଡାରରେ ୩୦ ଭାଗ ପଟୁମାଟି ପୋତି ହୋଇଗଲାଣି । ଅର୍ଥାତ୍ ୬୦୦ ‘ୁଟ ଜଳଧାରଣ କ୍ଷମତା ରହିଛି । ଉପର ମୁଣ୍ଡରୁ ବର୍ଷା ହେଲେ ଖୁବ୍ ଶୀଘ୍ର ଜଳପ୍ରବେଶ କରୁଛି । ବାସ୍ତବରେ ୬୩୦ ‘ୁଟ ବିପଦ ସଂକେତ ଚିହ୍ନଟ କରି ଜଳ ଛାଡୁଛନ୍ତି । ଯାହା ‘ଳରେ ମହାନଦୀୋର ଓ ଶାଖାନଦୀରେ ମାତ୍ରାତିରିକ୍ତ ଜଳ ପ୍ରବେଶ କରୁଛି । ଏହି ସବୁ ନଦୀ ଯୋଜନାରହିତ ଯତ୍ନ ଅଭାବରୁ ବହୁ ଦିନ ହେଲା ପୋତି ହୋଇଆସିଲାଣି । ଜଳ ଉଛୁଳି ଗାଁ ଗଣ୍ଡା ଜନଜୀବନ, ‘ସଲର ବ୍ୟାପକ ହାତି ଘଟାଉଛି । ହୀରାକୁଦ ଡ୍ୟାମ ଓ ବିଭିନ୍ନ ନଦୀରୁ ପଟୁମାଟି ବହାର କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଆସୁଥିଲେ ମ୍ମ କେହି କର୍ଣ୍ଣପାତ କରୁନାହାଁନ୍ତି । ‘ଳରେ ସଂପଦସୂଚକ ହୀରାକୁଦ ଆଜି ବିପଦବ୍ୟଂଜକ ହୀରାକୁଦରେ ପରିଣତ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକଦା ଚୀନର ଦୁଃଖ ହୋୟାଂହୋ ନଦୀ ଥିଲା । ମାଓ ସେତୁଂଙ୍କ ନେତୃତ୍ୱରେ ଚୀନବାସୀ ନଦୀରୁ ମାଟି ଉଠାଇ ବନ୍ଧ ଉଚ୍ଚା କରିଦେଲେ । ସେହି ଦୁଃଖନଦୀ ଏବେ ସୁଖନଦୀରେ ପରିଣତ ହୋଇଛି । ହୀରାକୁଦ ଡ୍ୟାମ, ରାଜ୍ୟର ନଦୀ, କେନାଲ ସବୁରୁ ପଟୁମାଟି, ବାଲି ବାହାର କରାଯାଇପାରିଲେ ହିଁ ବନ୍ୟାବିପତି ବନ୍ୟାସଂପତିରେ ପରିଣତ ହେବ ।
୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷରେ ୩୦ ହଜାର ଲୋକ ମରିଥିଲେ । ୧୮୯୯ରେ ଭୟାବହ ମରୁଡି, ଅନାହାର ଓ ଦୁର୍ଭିକ୍ଷ ପଡିଥିଲା । ବ୍ରିଟିଶବାଲାଙ୍କ ଅବହେଳା ଯୋଗୁ ଲୋକେ ମରୁଥିଲେ । ଏହି ସବୁ ବିପଦ ଥିଲା ମନୁଷ୍ୟକୃତ । ବିଶେଷକରି ୧୯୯୯ ବିଶ୍ୱର ସର୍ବାଧିକ ବିଭୀଷିକାମୟ ଚରମ ଚକ୍ରବାତ୍ୟା, ୨୦୦୦ରେ ମହାମରୁଡି, ପୁଣି ୨୦୦୧, ୨୦୦୩, ୨୦୦୮ରେ ମହାବନ୍ୟା ତାଣ୍ଡବଲୀଳାରେ ଓଡିଶାର ଅର୍ଥନୈତିକ ଓ ସାମାଜିକ ସ୍ଥିତି ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା ପରେ ମ୍ମ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଯୋଜନା ପ୍ରତି ସରକାର ଆଜି ପର୍ଯ୍ୟାନ୍ତ ୍ମାନ ଦେଲେ ନାହିଁ । ପାଗ ଭିଡୁ ଭିଡୁ କଚେରୀ ବରଖାସ୍ତ ହେଲାଭଳି – ସରକାର ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ କହୁଥିବାବେଳେ ୨୦୦୮ ସେପ୍ଟେମ୍ବର, ୨୦୧୪ ଅଗଷ୍ଟବନ୍ୟା ପୁଣି ବନ୍ୟାଂଚଳ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଲା । ପୁଣି ୨୦୨୧ ବନ୍ୟାର ତାଣ୍ଡବଲୀଳା ।
ଜଳବହୁଳେ ସୃଷ୍ଟିନାଶ – ଜଳବିହୁନେ ସୃଷ୍ଟିନାଶ । ଏ କଥାପଦକ କେଉଁ ଅନାଦିକାଳରୁ ଚଳିଆସିଛି । ଏଥିରେ ବୈଜ୍ଞାନିକ ସତ୍ୟତା ଅଛି । ଆମ ଓଡିଶାରେ ଏତେ ନଦୀନାଳ ଅଛି – ସବୁବର୍ଷ ବର୍ଷା ମ୍ମ ହେଉଛି – କିନ୍ତୁ ପାଣିକୁ ଆମେ ଅଟକାଇ ପାରୁନୁ – ସବୁ ସମୁଦ୍ରକୁ ବହିଯାଉଛି – ‘ସଲ ପାଇଁ ପାଣି ଦରକାର – ସବୁ ଶୁଖିଲା – ହେଲା ମରୁଡି – ମାଟିତଳୁ ମ୍ମ ପାଣି ଉଠାଇ ଜମିରେ ମଡାଇବା କଷ୍ଟକର ଟଙ୍କା ଖର୍ଚ୍ଚ କରି କଳକାରଖାନା ସବୁ ମାଟି ତଳୁ ପାଣି ଶୋଷି ନେଉଛନ୍ତି ।
ବହୁ ବର୍ଷ ହେଲା ନଈ, ନାଳ ସବୁ ପୋତି ହୋଇଗଲାଣି । ବର୍ଷାପାଣି ନଈ, ନାଳରେ ଉଛୁଳି, ଏ କୂଳ ସେ କୂଳ ଖାଇ ବିଲବାଡି, ଘରଦ୍ୱାର, ଧନସମ୍ପତି, ଗାଈଗୋରୁ, ପଶୁ ମଣିଷ ସମସ୍ତଙ୍କୁ ଖାଇଗୋଡାଉଛି । ଆମେ ବନ୍ୟାକୁ ଅଟକେଇ ପାରୁନାହାଁନ୍ତି । ଅଟକାଇପାରିଲେ ବନ୍ୟାବିପଦ ବରଂ ବିପୁଳ ସଂପଦରେ ପରିଣତ ହୁଅନ୍ତା । ବିଭିନ୍ନ ନଦୀବନ୍ଧ, କେନାଲ ବନ୍ଧରେ କେଡେକେଡେ ଯେଉଁ ସବୁ ବିରାଟ ବିଶାଳ ବପୁବନ୍ତ ବୃକ୍ଷ ଥିଲା ସେ ସବୁ ଦେଖିବାକୁ ମିଳୁନି । ଲୋକେ ଗଛକାଟି ନେଉଛନ୍ତି । ନୂଆ ଗଛ ଲଗାହେଉନି । କେବଳ କାଗଜପତ୍ରରେ ଗଛ ଲଗାଯାଉଛି । ବନ୍ଧବାଡ ମରାମତି ପାଇଁ ପ୍ରିୟାପ୍ରୀତିତୋଷଣରେ ଯେଉଁ ଟଙ୍କା ବରବାଦ ହେଉଛି – ତା’ଦ୍ୱାରା ଦୁର୍ବଳ ନଦୀବନ୍ଧ ଯୋଗୁ ଘାଇ ସୃଷ୍ଟି ହେଉଛି ।
ବନ୍ୟା କାହା ପାଇଁ ପୁଷମାସ – କାହା ପାଇଁ ସର୍ବନାଶ । ଉପଯୁକ୍ତ ଉପଦେଷ୍ଟାହୀନ ସରକାରଙ୍କ ଅଦୂରଦର୍ଶିତା ଯୋଗୁ ଲୋକଙ୍କର ଯେଉଁ ବ୍ୟାପକ କ୍ଷତି ହେଉଛି, ତାହା ଭରଣା କରିବା ସମ୍ଭବ ନୁହେଁ । ଶାସକଦଳ ବିରୋଧିଦଳ ପରସ୍ପର ପ୍ରତି ଯେତେ କାଦୁଅ େ‘ାପଡାେ‘ାପଡି ହୁଅନ୍ତୁ ପଛେ, ଏହାଦ୍ୱାରା ବାସ୍ତବ ସମସ୍ୟା ସମାଧାନ ହେଉନାହିଁ । ସମ୍ପ୍ରତି ବନ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାରୀ ଦଳ ଯେତେ ଯୋଜନା କରୁଛନ୍ତି – ସେଥିରୁ ସୁ‘ଳ ମକ୍ଟମକ୍ଟବ ବୋଲି ଭାବିବା ମୁର୍ଖାମୀ ହେବ । ଶସ୍ତା ଭୋଟ ରାଜନୀତି ପାଇଁ ଲୋକଙ୍କ ଉପରେ ବିପଦ ପଡୁ – ଏବଭଳି ମନୋଭାବ ମ୍ମ ବହୁ ରାଜନେତାଙ୍କ ମ୍ମରେ ଅଛି ଏବଂ ଅ‘ିସର କର୍ମଚାରୀମାନେ ମ୍ମ କିଛି କିଚି ସୁବିଧା ହାସଲ କରୁଛନ୍ତି । ଆଉ ବିପନ୍ନ ଲୋକେ, ଚୁଡା, ଚାଉଳ, ଗୁଡ, ବିସ୍କୁଟ, ବ୍ଲିଚିଙ୍ଗ୍ ପାଉଡର, ହାଲୋଜେନ୍ ବଟିକାଟିଏ, କିଛି ଘରଭଙ୍ଗା ସାହାଯ୍ୟ ମିଳିଲେ – ଭାଗ୍ୟକୁ ଆଦରି ପଡିରହିଛନ୍ତି ।
ରାଜ୍ୟ ତଥା ଦେଶର ବାସ୍ତବ ଦୂରଦୃଷ୍ଟି ଥିବା ବୈଜ୍ଞାନିକ, ଇଞ୍ଜିନିୟର ଓ କାରିଗରୀ ଜ୍ଞାନକୌଶଳରେ ନିପୁଣ ତଥା ଜନଦରଦୀ ବ୍ୟକ୍ତିମାନଙ୍କୁ ନେଇ ଏବଂ ସବୁ ସ୍ଥାନରୁ ମତାମତ ସଂଗ୍ରହ କରି ଦୁଃଖିନୀ ଓଡିଶାକୁ ସୁଖସମୃଦ୍ଧିରେ ପରିପୂର୍ଣର୍ କରିବା ପାଇଁ ପ୍ରବଳ ଇଚ୍ଛାଶକ୍ତି ଓ ସାଧୁତା ଥାଇ ନିଷ୍ଠାର ସହ ତୁରନ୍ତ ନଈ, ନାଳରୁ ବାଲି ପଟୁ ମାଟି ବାହାର କରିବା, ବନ୍ଧବାଡକୁ ମଜବୁତ୍ କରିବା – ଅଧିକ କେନାଲ, ଡ୍ୟାମ୍, ବନ୍ଧ ନିର୍ମାଣ କରିବା, ବନ୍ଧ କେନାଲ କଡେକଡେ ପ୍ରଚୁର ଗଛ ଲଗେଇବା ନିହାତି ଆବଶ୍ୟକ । ବିଶେଷକରି ମହାନଦୀକୁ ସବୁ ନଦୀ କେନାଲ ସହ ସଂଯୋଗ କରି ରିଭରଗ୍ରିଡ୍ ସୃଷ୍ଟି କରିବା ପ୍ରୟୋଜନ । ହୀରାକୁଦ ପାଣି ଛାଡିଲେ କିମ୍ବା ରେଙ୍ଗାଳି ପାଣି ଛାଡିଲେ ମହାନଦୀ, ବ୍ରାହ୍ମଣୀ ଦେଇ ଆସିଲାବେଳକୁ ଅନ୍ୟାନ୍ୟ ନଦୀ, ନାଳ ଦେଇ ଜଳ ଅତିବାହିତ ହେବ । ଯାହା‘ଳରେ ବନ୍ୟାକୁ ପ୍ରଥମ ସ୍ତରରୁ ହିଁ ନିୟନ୍ତ୍ରଣ କରାଯାଇପାରିବ । ବର୍ଷା ଓ ବନ୍ୟାଜଳକୁ ବିଭିନ୍ନ ସ୍ଥାନରେ ସଂରକ୍ଷିତ କରାଯାଇ, ଜଳସେଚନର ବନ୍ଦୋବସ୍ତ କରିହେବ । ଓଡିଶାର ଦୁଃଖ ବନ୍ୟା କ୍ଷତି କରିବ ନାହିଁ କି ମରୁଡିର ଭୟ ଦେଖାଯିବ ନାହିଁ । ଏଥିପାଇଁ ଯେତେ ଟଙ୍କା ଖର୍ଚ୍ଚ ହେବ, ଆଦୌ କାଳ ବିଳମ୍ବ ନକରି କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ବହନ କରିବା ଅବଶ୍ୟ କରଣୀୟ ନୁହେଁ କି?
ଯାଜପୁର ରୋଡ, ଯାଜପୁର


