ଧରାବତରଣ କଲେ ଦେବଶିଳ୍ପୀ ବିଶ୍ୱକର୍ମା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଞ୍ଚଳ ବାରାହୀ ପାହାଡ଼ ପାଦଦେଶରେ ଅବସ୍ଥିତ ବିଶ୍ମକର୍ମା ମନ୍ଦିରରେ ମହାରଣା କୂଳ ପକ୍ଷରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାତ୍ସୋବ ଅନୁଷ୍ଠିତ ହୋଇଯାଇଛି । ଅନୁରୂପ ଭାବେ ପୂର୍ବଖଣ୍ଡ ତାଲୁକା ବଢେଇକୂଳ ସମାଜ ପକ୍ଷରୁ ସ୍ଥାନୀୟ ବ୍ଳକ ଭାବନ୍ଧ ବିଶ୍ୱକର୍ମା ମନ୍ଦିର ପରିସରରେ ବିଧିପୂର୍ବକ ପୂଜା, ଆରାଧନା, ଭକ୍ତି, ସଙ୍ଗିତ, ମାଧ୍ୟମରେ ବିଶ୍ୱ ନିର୍ମାତା ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆବାହାନ କରାଯାଇଥିଲା ଓ ପରେ କୋଭିଡ଼ କଟକଣା ମଧ୍ୟରେ ପୂଜାତ୍ସୋବ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ପୌରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗୀୟ କାର୍ଯ୍ୟାଳୟ, ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସମେତ ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସମେତ ବ୍ଳକ ଓ ପୌରାଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡ଼ିକରେ ମହାଆଡ଼ମ୍ବର ସହକାରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ