ଦୁର୍ଘଟଣା ଘଟି ବୃଦ୍ଧ ଗୁରୁତର

ଭଣ୍ଡାରିପୋଖରୀ,( ଦୁର୍ଯ୍ୟୋଧନ ଲେଙ୍କା ) : ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଂଚାୟତ କୁଲଣା ବଜାର ଠାରେ ଜଣେ ସାଇକେଲ ଆରୋହୀଙ୍କୁ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ଜଣାପଡିଛି। ନିକଟ ଝୁଟୁଣା ପଞ୍ଚାୟତ ବାବଲପୁର ଗ୍ରାମର ୭୦ବର୍ଷୀୟ ବୃଦ୍ଧ ବାଇଧର ପରିଡା କୌଣସି କାର୍ଯ୍ୟରେ କୁଲଣା ବଜାର ରାସ୍ତାରେ ଯାଉଥିଲେ। ଏହି ସମୟରେ ଓଆର ୧୧ସି ୦୨୬୫ଟ୍ରକଟି ତାଙ୍କୁ ପଛ ପଟୁ ଧକ୍କାଦେଇ ହାତ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ସ୍ଥାନୀୟ ସ୍ବେଛାସେବୀ ଜ୍ୟୋତିରଞ୍ଜନ ନାୟକ ମେଡିକାଲକୁ ଆଣିବା ପରେ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ଦିଆଯାଇଛି। ଘଟଣାସ୍ଥଳରୁ ଟ୍ରାଇଭର ଫେରାର ହୋଇଯାଇଥିବା ବେଳେ ଟ୍ରକଟି ଜବତ କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ