ସ୍ୱଚ୍ଛତା ଭିତ୍ତିକ ଅମ୍ରିତ ମହୋତ୍ସବ ରଥ ଉଦଘାଟିତ

ଭଣ୍ଡାରିପୋଖରୀ,( ଦୁର୍ଯ୍ୟୋଧନ ଲେଙ୍କା ) : ଦେଶ ବ୍ୟାପୀ ସ୍ୱଚ୍ଛତା ଅଭିଯାନ ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବ୍ଲକ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଭିତ୍ତିକ ଆଜାଦିକା ଅମ୍ରିତ ମହୋତ୍ସବ ରଥ ଉଦଘାଟିତ ହୋଇଯାଇଛି। ବ୍ଲକ ଜଳ ଓ ପରିମଳ ବିଭାଗ ବିଆରସି ଉଦୟନାଥ ବେଜଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା ଯୋଗଦେଇ ଏହାକୁ ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଡ଼ିଓ ଦେବଦତ୍ତ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସ୍ୱଚ୍ଛତା ସଂଯୋଜିକା ରିତାରାଣୀ ନାୟକ,ଜିପିଓ ମୀନକେତନ ବାରିକ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱଚ୍ଛତା କାର୍ଯ୍ୟକ୍ରମ ବାବଦରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥି ମାନେ ପତାକା ଦେଖାଇ ସ୍ୱଚ୍ଛତା ରଥକୁ ଉଦଘାଟିତ କରିଥିଲେ। ଅକ୍ଟୋବର ୨ତାରିଖ ଯାଏଁ ବିଭିନ୍ନ ଅଞ୍ଚଳକୁ ରଥ ଭ୍ରମଣ କରି ସ୍ୱଚ୍ଛତା ଉପରେ ଜନସଚେତନତା ସୃଷ୍ଟି କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଥିରେ ବ୍ଲକ ଅଧିନ ବିଭିନ୍ନ ପଂଚାୟତର ସ୍ବେଚ୍ଛାଗ୍ରାହୀ କାହ୍ନୁଚରଣ ମହାନ୍ତି, ରାଜୀଵ ଲୋଚନ ବିଶ୍ୱାଳ, ନୃସିଂହ ଚରଣ ବେହେରା, ନିଶିକାନ୍ତ ନାୟକ, ଜଗନ୍ନାଥ ସେନାପତି, ମନୋରଞ୍ଜନ ନାୟକ, ଜ୍ୟୋତିରଞ୍ଜନ ସ୍ୱାଇଁ, ନୀଳମଣି ଗାହାଣ, ସୁରେନ୍ଦ୍ର ପଟ୍ଟନାୟକ, ବିମ୍ବାଧର ପତି ପ୍ରମୁଖ ଯୋଗଦେଇଥିଲେ। ବ୍ଲକ ପରିସରକୁ ସମସ୍ତ ଅତିଥି ଓ ସ୍ବେଚ୍ଛାଗ୍ରାହୀ ମାନେ ସଫେଇ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ