ଦୁଇ ଲୁଟେରା କୋର୍ଟ ଚାଲାଣ

ଭଣ୍ଡାରିପୋଖରୀ,( ଦୁର୍ଯ୍ୟୋଧନ ଲେଙ୍କା ) : ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଗିରଫ ହୋଇଥିବା ଦୁଇ ଲୁଟେରାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଯଖପୁରା ଅଂଚଳର ଦୁଇ ଲୁଟେରାକୁ ପୁଲିସ ଗତ ଗୁରୁବାର ଅପରାହ୍ନରେ ଆଖୁଆପଦା ଠାରୁ ପିଛା କରି ସରସଦା ନିକଟ ଏକଗୋଲା ଠାରୁ ଗିରଫ କରିଥିଲା। ଏହା ସହିତ ଲୁଟେରା ବ୍ୟବହାର କରୁଥିବା ଏକ କଳା ପଲସରକୁ ମଧ୍ୟ ଥାନା ପକ୍ଷରୁ ଜବତ କରାଯାଇଥିଲା। ଲୁଟେରା ଦ୍ୱୟ ଯଖପୁରା ଓ ଯାଜପୁର ରୋଡ଼ ଅଂଚଳରେ ବିଭିନ୍ନ ଲୁଟ ତରାଜ ଘଟଣାରେ ଜଡିତ ଥିବାବେଳେ ବିଭିନ୍ନ ଥାନାରେ ସେମାନଙ୍କ ନାମରେ ମାମଲା ରହିଛି। ବିଭିନ୍ନ ପ୍ରମାଣ ସହ ସେମାନଙ୍କୁ ଡ଼ାକ୍ତରୀମାଇନା ପରେ କୋର୍ଟ ପଠା ଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ