ରୋଟ୍ରାକ୍ଟ କ୍ଲବ ପକ୍ଷରୁ ନବାଗତଙ୍କୁ ସ୍ୱାଗତ

ବାଲେଶ୍ୱର,(ସରୋଜ ପଣ୍ଡା):ବାଲେଶ୍ୱର ରୋଟ୍ରାକ୍ଟ କ୍ଲବ ପକ୍ଷରୁ ନବାଗତ ସଦସ୍ୟ ସଦସ୍ୟାଙ୍କୁ ଆଜି ସ୍ୱାଗତ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ରୋଟାରୀ ବଭନ କରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରୀ ରୋଟାରୀ ଜିଲା ଗଭର୍ଣ୍ଣର ପ୍ରଫେସର ଶାନ୍ତନୁ ପାଣି ମୁଖ୍ୟଅତିଥି ଭାବେ ଯୋଗଦେଇ ନବାଗତ ସଦସ୍ୟ ସଦସ୍ୟାଙ୍କୁ କ୍ଲବର କାର୍ଯ୍ୟଧାରା ଓ ଦାୟିତ୍ୱବୋଧତା ସମ୍ପର୍କରେ ଆଲୋକପାତ କରିଥିଲେ । ରୋଟାରୀ କ୍ଲବ ସଭାପତି ଡ.ରାଜଲକ୍ଷ୍ମୀ ଯତି, ରୋଟ୍ରାକ୍ଟ ଚେୟାରମ୍ୟାନ ଡ. ଶ୍ରୀମାନ ଶ୍ରୀଚନ୍ଦନ, ବରିଷ୍ଠ ରୋଟାରିଆନ ସୁବ୍ରତ କର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜସେବା କ୍ଷେତ୍ରରେ ରୋଟାରିଆନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କ୍ଲବରେ ଯୋଗଦାନ କରିଥିବା ୩୦ ଜଣ ଯୁବ ସଦସ୍ୟ ସଦସ୍ୟାଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ତଥା ପ୍ରମାଣପତ୍ର ଦେଇ ଓ ରୋଟ୍ରାକ୍ଟ ପିନ ଲଗାଇ ସ୍ୱାଗତ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ବୃକ୍ଷରୋପଣ ପ୍ରକଳ୍ପରେ କାର୍ଯ୍ୟ କରିବା ସହିତ ଆସନ୍ତା ୨୯ ତାରିଖ ବିଶ୍ୱ ହୃଦୟ ଦିବସରୁ ଗ୍ରାମାଞ୍ଚଳ ଲୋକଙ୍କ ମଧୁମେହ ପରୀକ୍ଷା ପାଇଁ ନୂତନ ସଦସ୍ୟ ସଦସ୍ୟାଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ବାଲେଶ୍ୱର ରୋଟ୍ରାକ୍ଟ କ୍ଲବ ସଭାପତି ଅନୁପ ଦାସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ପ୍ରଭୁଜ୍ୟୋତି ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ