ବ୍ରାହ୍ମଣୀଗାଁ ର ବିଭିନ୍ନ ସମସ୍ୟାକୁ ନେଇ ବିଭିନ୍ନ ସଙ୍ଗଠନର ମିଳିତ ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର       ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳ ବାସୀ ଦୀର୍ଘ ଦିନ ହେଲା ବିଭିନ୍ନ ସମସ୍ୟା ଦେଇ ଗତିକରୁଛନ୍ତି।ବିଭିନ୍ନ କାରଣ ରୁ ନିଜର ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହେବା ସାଥେ ସାଥେ ନିଜ ଅଧିକାର ପାଇବାକୁ ହେଲେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି।ଏଣୁ ବ୍ରାହ୍ମଣୀ ଗାଁ ଅଞ୍ଚଳରେ ସକ୍ରିୟ ଥିବା ବନବାସୀ ସୁରକ୍ଷା ପରିଷଦର ସଂଗଠକ ବଳଭଦ୍ର ମଲିକ ଜୀବନ ସୁରକ୍ଷା ଅଟୋ ସଂଗଠନ ର ସଭାପତି ରମେଶ ସିଂଙ୍କ ଆହ୍ୱାନ କ୍ରମେ ଆଠ ଗୋଟି ପଞ୍ଚାୟତର ଆଞ୍ଚଳିକ ମହିଳା ସଂଗଠନ ତଥା ସ୍ଥାନୀୟ ନେତୃ ବୃନ୍ଦ ଓ କର୍ମକର୍ତ୍ତାଙ୍କ ଉପସ୍ଥିତରେ ବ୍ରାହ୍ମଣୀ ଗାଁ ସ୍ଥିତ ହାଟପଦା ପରିସର ରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କିରମାଙ୍ଗା ମାଝୀ ସଭାପତିତ୍ୱ କରିଥିଲେ।ଉକ୍ତ ବୈଠକରେ ଅଂଚଳରେ ଲାଗି ରହି ଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନର ପନ୍ଥା ଉପରେ ଆଲୋଚନା କରାଯାଇଥିଲା।ବିଶେଷ କରି ବିଦ୍ୟୁତ ଓ ନେଟୱର୍କ ସେବା ସଠିକ ଭାବେ ମିଳିପାରୁ ନଥିବା ହେତୁ ଅଞ୍ଚଳର ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଶେଷ କରି ବ୍ୟାଙ୍କ ସେବାପାଇଁ ଗ୍ରାହକ ମାନେ ସଦାସର୍ବଦା ହଟହଟାର ଶିକାର ହେଉଛନ୍ତି ! ଏବଂ ଦୀର୍ଘ ସମୟ ଧରି ବ୍ୟାଙ୍କ ସମୁଖରେ ଧାଡି ବାନ୍ଧି ଅପେକ୍ଷା କଲେ ବି ଶେଷରେ ୩୦ରୁ ୪୦ଜଣ ଗ୍ରାହକ ପ୍ରତିଦିନ ନିରାଶ ହୋଇ ଫେରୁ ଥିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।ଏଣୁ ବ୍ୟାଙ୍କ ର ଯନ୍ତ୍ରାଂଶ ଓ କର୍ମଚାରୀ ଅଭାବ ହେତୁ ଏ ସବୁ ସମସ୍ୟା ଦେଖା ଦେଇଥିବା ନେଇ ବୈଠକରେ ମତ ପ୍ରକାଶ ପାଇଛି।ଏସବୁ କାରଣରୁ ବିଗତ ଦିନରେ ବହୁ ସମୟ ଧରି ଉତ୍ୟକ୍ତ ଗ୍ରାହକ ବ୍ୟାଙ୍କରେ ତାଲା ପକାଇ ସମସ୍ୟା ର ସମାଧାନ ପାଇଁ ଧାରଣା ଦେଇଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥାନୀୟ ପ୍ରଶାସନ ଗ୍ରାହକଙ୍କ ସମସ୍ୟାର ସମାଧାନ ନକରି ଆନ୍ଦୋଳନ କାରୀଙ୍କ ବିରୋଧରେ ମକ୍କଦମା ମାମଲା ରୁଜ୍ଜୁ କରିଥିବାରୁ ଏହାକୁ ବୈଠକରେ ତୀବ୍ର ନିନ୍ଦା କରିଥିଲେ।ଏଣୁ ସମସ୍ତ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ଏକ ନୂତନ କମିଟି ସଦସ୍ୟ ଚୟନ କରାଗଲା।ଏଥିରେ ସଭାପତି ରଞ୍ଜୁଳା ବଳିୟାର ସିଂ, ସମ୍ପାଦିକା ଅମିତା ଗମାଙ୍ଗ, କୋଷାଧ୍ୟକ୍ଷ ଭାବେ ଚନ୍ଦ୍ରମା ପାତ୍ର ଙ୍କୁ ମନୋନୀତ କରାଯାଇ ଥିବା ବେଳେ କିରମାଙ୍ଗା ମାଝୀ, ଚିନ୍ମୟୀ ନାୟକ, ଅନଳ ବଳିୟାର ସିଂ,ମହେଶ୍ବର କାର୍ଜି,ସମୁଏଲ ମାଝୀ, ପିଟର ମାଝୀ ବବିତା ମାଲିକ ଜିଖରୀୟ ପଡ୍ର। ଙ୍କୁ ସଦସ୍ୟ ଭାବେ ଚୟନ କରାଗଲା। ଏବଂ ଆଗାମୀ ଦିନରେ ଯେପରି ଅଞ୍ଚଳରେ ଲାଗି ରହୁଥିବା ସବୁ ସମସ୍ୟାର ସମାଧାନ ରାସ୍ତା ବାହାରିବ ସେ ଉପରେ ଯଥେଷ୍ଟ ପରିମାଣର ଗୁରୁତ୍ୱ ଦେଇ ସମାଧାନ ଦିଗରେ ତତ୍ପର ହେବେ ବୋଲି ବ୍ରାହ୍ମଣୀଗାଁ     ବାସି  ନୂତନ କମିଟି ଉପରେ ଆଶା ବ୍ୟକ୍ତ କରିଛନ୍ତି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ