ଅସହାୟ ବୃଦ୍ଧ ଦମ୍ପତିଙ୍କୁ ସହାୟତା ହାତ ବଢାଇଲେ ଥାନା ଅଧିକାରୀ ଏବଂ ପୂର୍ବତନ ଏନ୍ଏସି ଅଧ୍ୟକ୍ଷା
ଛତ୍ରପୁର, (ଦେବିଦତ୍ତ ମହାରଣା) : ଅସହାୟ ବୃଦ୍ଧ ଦମ୍ପତିଙ୍କୁ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ସମେତ ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ଜି. ଆରତି ଓ ସହରର କିଛି ଯୁବକ ସହାୟତାର ହାତ ବଢାଇଛନ୍ତି । ଏମାନେ ଅସୁସ୍ଥ ଥିବା ବୃଦ୍ଧଙ୍କ ଉତ୍ତମ ଚିକିତ୍ସା ଓ ଖାଦ୍ୟପେୟ ସହ ଅନ୍ୟାନ୍ୟ ସମସ୍ତ ପ୍ରକାର ବ୍ୟବସ୍ଥାର ସୁବିଧା ଯୋଗାଇଥିଲେ । ବୃଦ୍ଧ ଦମ୍ପତିଙ୍କ ୨ ପୁତ୍ର ଏବଂ ଗୋଟିଏ ଝିଅ ଥିବାବେଳେ ଅସୟମ ବେଳେ ସେମାନଙ୍କୁ ତଡା ଖାଇବାକୁ ପଡିଛି । ବୃଦ୍ଧ ସମୟରେ ପିତାମାତାଙ୍କ ସେବା କରିବା ବଦଳରେ ପିତାମାତାଙ୍କ ପ୍ରତି ଅତ୍ୟାଚାର କରାଯାଉଥିବା ବୃଦ୍ଧ ଦମ୍ପତି କହିଛନ୍ତି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ବରଦା ଗ୍ରାମର ମୁଷା ରାଉତ ଏବଂ ତାଙ୍କ ଧର୍ମପତ୍ନୀ ତରା ରାଉତଙ୍କ ଦୁଖଃଦ କାହାଣୀ କହିଲେ ନ ସରେ । ମୁଷା ରାଉତଙ୍କ ସ୍ୱାସ୍ଥ୍ୟ ଖରାପ ହେବ ପରେ ତାଙ୍କୁ କୋ ପୁଅ ମଧ୍ୟ ପଚାରିଲେ ନାହିଁ । ଶେଷରେ ପତ୍ନୀ ତରା ଏକ ଅଟୋ ଯୋଗେ ଗତ କିଛିଦିନ ତଳେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏହାର ସୂଚନା ପାଇ ଛତ୍ରପୁର ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ଜି. ଆରତି, ଟୁଟୁ ନାୟକ, ଏମ୍.ଚିନ୍ନେୟା, ରାମକ୍ରିଷ୍ଣା ରେଡ୍ଡି ପ୍ରମୁଖ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ସହିତ ସହାୟତା ପ୍ରଦାନ କରିଥିଲେ । ରବିବାର ଏ ସଂପର୍କରେ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ପାଇ ଅସହାୟ ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚି ସେମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିବା ସହିତ ବୃଦ୍ଧା ଦମ୍ପତିଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଗଞ୍ଜାମ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହାସହ ଅସହାୟ ବୃଦ୍ଧ ଦମ୍ପତିଙ୍କ ନିମନ୍ତେ ଖାଦ୍ୟପେୟର ବ୍ୟବସ୍ଥା କରି ମାନବିକତାର ପରିଚୟ ଦେଇଥିଲେ । ଛତ୍ରପୁର ରକ୍ତଦାତା ସଂଘର ମୁଖ୍ୟ ସଂଯୋଜକ ମାଧବ କାୟା ଚିକିତ୍ସା କ୍ଷେତ୍ରରେ ଆବଶ୍ୟକତା ଥିବା ରକ୍ତ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ମଝିବଜାର ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ ପ୍ରମୁଖ ବୃଦ୍ଧଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଅନ୍ୟାନ୍ୟ ଦିଗରେ କିପରି ସହାୟତା ମିଳି ପାରିବ ସେଥିନିମନ୍ତେ ପ୍ରୟାସ ଜାରି ରଖିଥିଲେ ।