ଦ୍ୱିତୀୟ ବିବାହ କରି ଫସିଲେ ଯୁବକ, ଭଣ୍ଡାରିପୋଖରୀ ପୁଲିସ ଗିରଫ କଲା ଯୁବକକୁ

ଛତ୍ରପୁର, (ଦେବିଦତ୍ତ ମହାରଣା) : ପ୍ରଥମ ପତ୍ନୀ ଏବଂ ଗୋଟିଏ ସନ୍ତାନ ଥାଇ ଦ୍ୱିତୀୟ ବିବାହ କରିଥିବା ଯୁବକ ଜଣକ ଫସିଛନ୍ତି । ପ୍ରଥମ ପତ୍ନୀଙ୍କ ଅଭିଯୋଗ କ୍ରମେ ଭଣ୍ଡାରିପୋଖରୀ ପୁଲିସ ଛତ୍ରପୁର ବ୍ୟାଙ୍କ କଲୋନି ଅଞ୍ଚଳରୁ ଯୁବକକୁ ଗିରଫ କରିଛି । ମିଳିଥିବା ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ପିନା ସାମଲ ସାରସଦ ଗ୍ରାମର ଜ୍ୟୋସ୍ନାରାଣୀ ସାମଲ ଓରଫ୍ ଜେନାଙ୍କୁ ପ୍ରେମ କରି ୨୦୧୫ ମସିହାରେ ବିବାହ କରିଥିଲା । ଦୁହିଁଙ୍କର ଏକ ସନ୍ତାନ ଅଛି । ହେଲେ ବିବାହ କିଛି ବର୍ଷ ପରେ ପିନା ତାଙ୍କରି ପ୍ରଥମ ପତ୍ନୀକୁ ଧୋକ୍କା ଦେଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଏହାର ଖୋଜ ଖବର ପ୍ରଥମ ପତ୍ନୀ ଜ୍ୟୋସ୍ନା ବାହାର କରିଥିଲେ । ଏସଂପର୍କରେ ଭଣ୍ଡାରିପୋଖରୀ ଥାନାରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଜ୍ୟୋସ୍ନାଙ୍କ ଅଭିଯୋଗ କ୍ରମେ ଭଣ୍ଡାରିପୋଖରୀ ପୁଲିସ ଗତକାଲି ବିଳମ୍ବିତ ରାତିରେ ଛତ୍ରପୁରରେ ପହଞ୍ଚିଥିଲେ । ପିନା ସାମଲ ରହୁଥିବା ବ୍ୟାଙ୍କ କଲୋନି ସାହି ଘରକୁ ଯାଇ ପୁଲିସ କବାଟ ବାଡେଇଥିଲେ । କିନ୍ତୁ ପିନା ରାତିରେ କବାଟ ଖୋଲିନଥିଲେ । ରାତି ତମାମ୍ ଭଣ୍ଡାରିପୋଖରୀ ପୁଲିସ ହଟହଟା ହେବା ପରେ ସକାଳେ ଛତ୍ରପୁର ଥାନା ପୁଲିସର ସହାୟତାରେ ପିନାକୁ ଗିରଫ କରିଥିଲେ । ଅନ୍ୟପକ୍ଷରେ ପ୍ରଥମ ପତ୍ନୀ ଜୋସ୍ନା ତାଙ୍କ ଭାଇ ଏବଂ ସେମାନଙ୍କ ଓକିଲ ପିନାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଗଣମାଧ୍ୟମ ଆଗରେ କହିବା ସହ ତାଙ୍କୁ ଉଚିତ୍ ନ୍ୟାୟ କିପରି ମିଳିବ ସେଥିନିମନ୍ତେ ସେମାନେ ଅନୁରୋଧ କରିଥିଲେ । ଭଣ୍ଡାରିପୋଖରୀ ଥାନାରେ ଏନେଇ ୨୩୯/୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ଭଣ୍ଡାରିପୋଖରି ଥାନାର ଏଏସଆଇ ଭାନୁ ଚରଣ ସିଂ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ