ଡ୍ରେନରେ ଭାସିଯିବା ଘଟଣାର ଦଶମ ଶ୍ରେଣୀ ଛାତ୍ରଙ୍କ ମିଳୁନି ପତ୍ତା

ଭୁବନେଶ୍ୱର, ଗତକାଲି ଭୁବନେଶ୍ୱରରେ ଡ୍ରେନରେ ଭାସିଯାଇ ନିଖୋଜ ଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କର ଏଯାଏ କୌଣସି ପତ୍ତା ମିଳିନାହିଁ । ଗତକାଲି ଦୀର୍ଘ ସମୟ ଧରି ଜ୍ୟୋତିଙ୍କ ସନ୍ଧାନ କରି ନିରାଶ ହୋଇଥିବା ଅଗ୍ନିଶମ ବାହିନୀ ଆଜି ନୂଆ ଷ୍ଟ୍ରାଟେଜି ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବ। ଅପରପକ୍ଷେ ପୁଅର ଫେରିବା ବାଟକୁ ଅନାଇ ପରିବାର ଲୋକଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ରାତି ସାଢ଼େ ୧୦ଟା ଯାଏ ଅଗ୍ନିଶମ ବାହିନୀର ୪୦ ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ମାତ୍ର ଜ୍ୟୋତିଙ୍କ ପତ୍ତା ମିଳି ନ ଥିଲା। ଆଜି ଉଦ୍ଧାର କାର୍ଯ୍ୟରେ ବୋଟ୍ ନିୟୋଜିତ ହେବ ବୋଲି ଜଣାପଡ଼ିଛି । ଗତକାଲି ଯେଉଁଠି ଜ୍ୟୋତି ନିଖୋଜ ହୋଇଥିଲେ ସେ ସ୍ଥାନରେ ନୁହେଁ ବରଂ ଗଣ୍ଡମୁଣ୍ଡା ମୁଖ୍ୟନାଳରୁ ବୋଟ୍ ଯୋଗେ ଆଜି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବ ଅଗ୍ନିଶମ ବାହିନୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ