ସ୍ୱାସ୍ଥ୍ୟ ଜନିତ କାରଣରୁ ବିଜେପିର ମନ୍ତ୍ରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଓ ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍ ସିଂହ ଭାଟିଆ ଆତ୍ମହତ୍ୟା କରିଛନ୍ତି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜିନ୍ଦରପାଲ୍ ସିଂହ ରବିବାର ସନ୍ଧ୍ୟା ୭ଟା ବେଳେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ସେ କାହିଁକି ଆତ୍ମହତ୍ୟା କଲେ, ତା’ର କାରଣ ଜଣାପଡ଼ିନାହିଁ। ପୁଲିସ୍ ଏବେ ମାମଲାର ତଦନ୍ତ କରୁଛି। ଭାଟିଆ ନିଜ ସାନ ଭାଇଙ୍କ ସହ ରହୁଥିଲେ। ସନ୍ଧ୍ୟାରେ ସେ ଘରେ ଏକୁଟିଆ ଥିଲେ। ତାଙ୍କ ଭାଇ ଯେତେବେଳେ ଘରେ ପହଞ୍ଚିଲେ, ଭାଟିଆଙ୍କୁ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଲେ। ଗତ କିଛି ଦିନ ହେବ ଖରାପ ସ୍ୱାସ୍ଥ୍ୟ କାରଣରୁ ସେ ବହୁତ ଚିନ୍ତିତ ରହୁଥିଲେ। ଭାଟିଆଙ୍କ ଆତ୍ମହତ୍ୟା ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏପର୍ଯ୍ୟନ୍ତ କୌଣସି ସୁସାଇଡ୍ ନୋଟ୍ ଜବତ କରାଯାଇନାହିଁ। ପୁଲିସ୍ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି। ଭାଟିଆ ଥରେ ଅବିଭାଜିତ ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ଗଠନ ପରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ