ବ୍ରହ୍ମପୁରରେ ଗୋପବନ୍ଧୁ ଜ୍ୟୋତି ରଥକୁ ସ୍ୱାଗତ

ବ୍ରହ୍ମପୁରରେ ଗୋପବନ୍ଧୁ ଜ୍ୟୋତି ରଥକୁ ସ୍ୱାଗତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଦୈନିକ ଓଡିଆ ଖବରକାଗଜ ସମାଜର ୧୦୦ବର୍ଷ ପୁର୍ତ୍ତି ଅବସରରେ ସମଗ୍ର ରାଜ୍ୟରେ ଭ୍ରମଣ କରୁଥିବା ମ ଜ୍ୟୋତି ରଥକୁ ମଙ୍ଗଳବାର ରେଶମ ସହର ବ୍ରହ୍ମପୁରରେ ସ୍ୱାଗତ କରାଯାଇଛି । ଏହା ପରେ ସ୍ଥାନୀୟ ହିଲପାଟଣାସ୍ଥିତ ସଂସ୍କୃତିଭବନଠାରେ ଲୋକସେବକ ମଣ୍ଡଳର ଆଇନଜୀବି ରାଜେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଡି.ଆଇ.ଜି ସତ୍ୟବ୍ରତ ଭୋଇ, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇଥିଲେ୍ । ଉକ୍ତ କାର୍ଯ୍ୟକ୍ରମକୁ ସମାଜ ବ୍ରହ୍ମପୁର ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନ ପରିଚାଳନା କରିଥିବାବେଳେ ସହ ସମ୍ପାଦକ ସୁଦର୍ଶନ ନାୟକ , ଜାନକୀକାନ୍ତ ପଟ୍ଟନାୟକ . ପ୍ରମୁଖ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାର ଆଦର୍ଶ ଚାଷୀ ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାସହ ମଙ୍ଗଳବାର ସକାଳୁ ସ୍ଥାନୀୟ କର୍ପୋରେସନରୋଡସ୍ଥିତ ଗୋପବନ୍ଧୁଭବନଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଉକ୍ତ ଶୋଭାଯାତ୍ରାକୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଉଦ୍ଘାଟନ କରିଥିଲେ । ଏଥିରେ ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ,ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ