ଓଟାଙ୍ଗ ଗ୍ରାମରେ ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ ବଣ୍ଟନ
କୋଣାର୍କ, (ଗଣେଶ ବେହେରା): କୋଣାର୍କ ନିକଟସ୍ଥ ସୋରଭା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଓଟାଙ୍ଗ ଗ୍ରାମ ଠାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ବନ୍ୟା ପ୍ରପୀଡିତ ମାନଙ୍କୁ ମହାବୀର ମଲ୍ଟି ଜିମ ଓ ସୋସିଆଲ ଫାଉଣ୍ଡେସନ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି। ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଯୁବନେତା ଇଂ ଅକ୍ଷୟ କୁମାର ସ୍ବାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ଅତିଥି ନୟାହାଟ ଫାଣ୍ଡି ଅଧିକାରୀ ବାବୁଲି କୁମାର ପ୍ରଧାନ ଯୋଗଦେଇ ବନ୍ୟା ପ୍ରଭାବିତ ଓଟାଙ୍ଗ ଗ୍ରାମରେ ପ୍ରପୀଡିତ ଜନସାଧାରଣ ମାନଙ୍କୁ ଚୁଡା, ଚାଉଳ, ଗୁଡ, ମହମବତୀ, ଦିଆସିଲି ସମେତ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସୋରଭା ଗ୍ରାମପଞ୍ଚାୟତ ବିଜେଡି ସଭାପତି ଜ୍ୟୋତିରଂଜନ ନାୟକ, ଓଟାଙ୍ଗ ଗ୍ରାମ କମିଟି ସଭାପତି ଜ୍ଞାନ ରଂଜନ ସ୍ବାଇଁ, ସଂପାଦକ ପ୍ରକାଶ ଚନ୍ଦ୍ର ରାଉତ ଓ ଦ୍ବିଜବର ସ୍ବାଇଁ ପ୍ରମୁଖ ଯୋଗଦେଇ ରିଲିଫ ବଣ୍ଟନ କାର୍ଯ୍ୟରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନଙ୍କୁ ସହାୟତା କରିଥିଲେ।ପୂର୍ବରୁ କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ମଧ୍ୟ ଓଟାଙ୍ଗ ଗ୍ରାମ ପରିଦର୍ଶନ କରି ପ୍ରପୀଡିତ ମାନଙ୍କୁ ରିଲିଫ ଯୋଗାଇଦେବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରିବେ ବୋଲି ମଧ୍ଯ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଓଟାଙ୍ଗ ଗ୍ରାମର ୫୦ରୁ ଉର୍ଦ୍ଧ୍ବ ପରିବାରକୁ ମହାବୀର ମଲ୍ଟି ଜିମ ଓ ସୋସିଆଲ ଫାଉଣ୍ଡେସନ ପକ୍ଷରୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇ ଫାଉଣ୍ଡେସନ ଅଧ୍ୟକ୍ଷ ଇଂ ଅକ୍ଷୟ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି।