ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ବାଲିପାଟଣା ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ
ଭୁବନେଶ୍ଵର, (ୱାଇଏନ୍ଏସ୍): ଭୁବନେଶ୍ଵର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ ଆଜି ପୂର୍ବାହ୍ନରେ ବାଲିପାଟଣା ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଛନ୍ତି । ଏହି ଗସ୍ତ ପରିପ୍ରେକ୍ଷୀରେ ଶ୍ରୀ ରାଉତ ସ୍ଥାନୀୟ ବାଲିପାଟଣା ପ୍ରେସ କ୍ଲୁବର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । କରୋନା ମହାମାରୀ ସ୍ଥିତିରେ ଦୀର୍ଘଦିନ ଧରି ନିୟମିତ ଭାବେ ଖୋଲି ପାରୁନଥିବା ବାଲିପାଟଣା ସୂଚନା ଓ ପାଠାଗାରକୁ ଏଣିକି ନିର୍ଦ୍ଧାରିତ ସମୟ ଅନୁସାରେ ଖୋଲିବାକୁ ସେ ପାଠାଗାର ଦାୟିତ୍ଵରେ ଥିବା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ କଟକଣା ଅନୁପାଳନ ପୂର୍ବକ ଯେପରି ପାଠକପାଠିକାମାନେ ଅଧ୍ୟୟନ କରିବେ, ସେଥିପ୍ରତି ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀ ରାଉତ ନିର୍ଦ୍ଦେଶ ଦେଇଛନ୍ତି । ଦିନ ଥିଲା ଏହି ପାଠାଗାରକୁ ପ୍ରତିଦିନ ଶତାଧିକ ପାଠକପାଠିକା ଅଧ୍ୟୟନ ପାଇଁ ଆସୁଥିଲେ ବୋଲି ଗଣମାଧ୍ୟମ ପ୍ରତିନିଧି ଓ ବରିଷ୍ଠ ନାଗରିକମାନେ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ଡିଜିଟାଲ ମିଡିଆ ଓ ସ୍ମାର୍ଟ ଫୋନ ଜରିଆରେ ସଂବାଦ ଉପଲବ୍ଧ ହେଉଥିଲେ ମଧ୍ୟ ଏବେ ବି ବହୁ ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ସଂବାଦପତ୍ର , ପତ୍ରପତ୍ରିକା ଓ ଦୁର୍ଲଭ ପୁସ୍ତକ ପଠନ ପାଇଁ ପାଠାଗାର ଉପରେ ନିର୍ଭର କରୁଛନ୍ତି । ଏହି ଦୃଷ୍ଟିରୁ ପାଠାଗାର ସେମାନଙ୍କ ପାଇଁ ପ୍ରମୁଖ ଅବଲମ୍ବନ ବୋଲି ଶ୍ରୀ ରାଉତ ପ୍ରକାଶ କରିଥିଲେ । ସ୍ଥାନୀୟ ସମ୍ବାଦିକମାନେ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଶ୍ରୀ ରାଉତଙ୍କ ସହିତ ସାମ୍ବାଦିକ କଲ୍ୟାଣ, ସ୍ଵାସ୍ଥ୍ୟବୀମା ଓ ଅନ୍ୟାନ୍ୟ ସହ।ୟତ। ସମ୍ପର୍କରେ ଆଲୋଚନା କରିଥିଲେ । ବାଲିପାଟଣା ପ୍ରେସକ୍ଲୁବର ପ୍ରତିନିଧି ସର୍ବଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା, ରମେଶ ଚନ୍ଦ୍ର ରଥ , ଅଭିମନ୍ୟୁ ନାୟକ, ବସନ୍ତ କୁମାର ଦାଶ , ଶ୍ରୀପତି ମିଶ୍ର , କୃଷ୍ଣଚନ୍ଦ୍ର ରାୟ , ସଂଜୀବ ରଞ୍ଜନ ଦାଶ , ଗଙ୍ଗାଧର ଓଝା , ଭ।ରତ ଭୂଷଣ ମିଶ୍ର , ଦିଲ୍ଲୀପ କୁମାର ଓଝା , ବଦ୍ରିନାରାୟଣ ମହାପାତ୍ରଙ୍କ ସମେତ ଅଞ୍ଚଳର ବରିଷ୍ଠ ନାଗରିକ ବ୍ରଜ କିଶୋର ଶିଶୁ , ମିନ କେତନ ବର୍ମା, ଶ୍ରୀ ଦିଲ୍ଲୀପ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।