ମଠ ଓ ମନ୍ଦିରରେ ଭାଗବତ ଜନ୍ମ ଉତ୍ସବ ଅନୁଷ୍ଠିତ
ନିମାପଡ଼ାତା ( ସନ୍ତୋଷ ଦାଶ) ଭାଦ୍ରବ ମାସ ଇନ୍ଦୁ ପୂର୍ଣ୍ଣିମା ଓଡ଼ିଆ ଭାଗବତ ପୁରାଣର ଜନ୍ମଦିନ । ଏଣୁ ପାରମ୍ପରିକ ପ୍ରଥାନୁସାରେ ପ୍ରାଚୀ ଉପତ୍ୟକାର ମଠ, ମନ୍ଦିର ମାନଙ୍କ ରେ ଅନୁଷ୍ଠିତ ହୋଇଛି ଭାଗବତ ଜନ୍ମ ଉତ୍ସବ। ପୂଜାପାଇ ଆସୁଥିବା ଦ୍ଵାଦଶ ସ୍କନ୍ଦ ଭାଗବତ ପୁରାଣ ପୁସ୍ତକକୁ ନବ ବସ୍ତ୍ର, ଫୁଲ ଦିଆଯାଇ ପୂଜା କରା ଯିବା ସହିତ ଫଳ,ମୂଳ ଭୋଗ ଲାଗି କରାଯାଇଥିଲା। ପୁରାଣପୁସ୍ତକକୁ ସଂଧ୍ୟା ଆଳତୀ ପରେ ପ୍ରଥମ ସ୍କନ୍ଦର ପ୍ରଥମ ଅଧ୍ୟାୟ ପାଠ କରାଯାଇଥିଲା। ଭାଗବତ ଜନ୍ମଉତ୍ସବ ପାଇଁ ମଠ, ମନ୍ଦିର ଗୁଡ଼ିକରେ ଭକ୍ତଙ୍କ ସମାଗମ ଘଟିଥିଲା ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।