ମଣିଷା ଉଚ୍ଚତା ଉପରେ ପ୍ରଭାବ ପକାଏ ମୋବାଇଲ୍
ଲୋକଙ୍କ ଦ୍ୱାରା ମୋବାଇଲ୍ କିମ୍ବା ଅନ୍ୟ କୌଣସି ଉପକରଣକୁ ଦେଖିବା ପାଇଁ ମୁଣ୍ଡ ନୁଆଁଇ ତଳକୁ ଦେଖିବାକୁ ପଡ଼େ । କିନ୍ତୁ ଅଧିକାଂଶ ସମୟ ଏଭଳି କଲେ ଆପଣଙ୍କ ଉଚ୍ଚତା ଯେ ବିପଦରେ ଆସିଯାଏ ଏହା ଆପଣ ଜାଣିନଥିବେ । ଆଜିର ସମୟରେ ଫୋନ୍ ଏବଂ ଟାବଲେଟ୍ର ସ୍ୱାମୀତ୍ୱ ବଢ଼ିବା ସହ ଲାପଟପ୍ ଏବଂ ଡେସ୍କଟପ୍ କମ୍ପ୍ୟୁଟରର ବ୍ୟବହାର ମଧ୍ୟ ଅଧିକ ବଢୁଛି । ତେବେ ଏହି ଉପକରଣକୁ ବ୍ୟବହାର କରିବାକୁ ହେଲେ ବେକକୁ ତଳକୁ କରି କାମ କରିବାକୁ ହୋଇଥାଏ । କିନ୍ତୁ ବର୍ତ୍ତମାନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡିଛି ଯେ ଏହି ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରିବା ଦ୍ୱାରା ବେକ ଉପରେ ଏହାର ପ୍ରେସର୍ ପଡୁଛି । ଯେଉଁଥିପାଇଁ ତାଙ୍କ ଉଚ୍ଚତାରେ ଏହାର ସିଧାସଳଖ ପ୍ରଭାବ ପଡୁଛି । ଗବେଷଣାରୁ ଜଣାପଡିଛି ଯେ ମହିଳା ଏବଂ ଛୋଟ ପିଲାମାନେ ଲମ୍ବା ଲୋକଙ୍କଠାରୁ ଅଧିକ ନିଜ ମୁଣ୍ଡକୁ ବିଭିନ୍ନ ଠାଣିରେ ବୁଲାଇଥାନ୍ତି । ତେଣୁ ସେମାନେ ଅଧିକ ସମୟ ବେକ ଯନ୍ତ୍ରଣାରେ କଷ୍ଟ ପାଇଥାନ୍ତି ।


