ଚଳିତ ମାସରେ ଆମେରିକା ଗସ୍ତ କରିବେ ମୋଦି
ନୂଆଦିଲ୍ଲୀ: ଚଳିତ ମାସରେ ଆମେରିକା ଗସ୍ତ କରିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଓ ଆମେରିକା ମଧ୍ୟରେ ସୁସମ୍ପର୍କକୁ ମଜବୁତ କରିବା ପାଇଁ ଦ୍ୱିପାକ୍ଷିକ ବୈଠକ ଆୟୋଜନରେ ସାମିଲ ହେବା ପାଇଁ ଆମେରିକା ଗସ୍ତ କରିବେ । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହା ସହ ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସ ମଧ୍ୟ ମୋଦିଙ୍କୁ ସାକ୍ଷାତ କରିବେ। ମୋଦି ଓ କମଳାଙ୍କ ମଧ୍ୟରେ ଭେଟଘାଟ ସେପ୍ଟେମ୍ବର ୨୩ରେ ହେବ। ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ମଧ୍ୟ ଭାରତ ଓ ଆମେରିକା ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ଏହି ଧାରାକୁ ଆଗକୁ ନେବା ପାଇଁ ପ୍ରଥମଥର ପାଇଁ ରାଷ୍ଟ୍ରପତି ବାଇଡେନ ହ୍ୱାଇଟହାଉସରେ ଇନ୍ ପର୍ସନ ଦ୍ୱିପାକ୍ଷିକ ବୈଠକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିବେ।”


