ଜରାଜୀର୍ଣ୍ଣ ଅବସ୍ଥାରେ ବନ୍ୟାନିରୀକ୍ଷଣ ଗୃହ
ନିମାପଡା, (ସନ୍ତୋଷ ଦାଶ): ପୁରୀଜିଲ୍ଲା କାକଟପୁରବ୍ଲକ ଅଧିନସ୍ଥ ଦେବୀନଦୀର ଦକ୍ଷିଣପାର୍ଶ୍ୱ ବାଉରିଆକଣ ବନ୍ଧ ସନ୍ନିକଟ ବନ୍ୟା ନିରୀକ୍ଷଣ କକ୍ଷଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି।ଦେବୀନଦୀରେ ବନ୍ୟା ଆସିଲେ ଜଳସେଚନ ବିଭାଗ ଅଧୀନରେ ଥିବା ଉକ୍ତ କକ୍ଷ ଟି କାମରେ ଆସିଥାଏ।ରାତିଦିନ ବନ୍ଧ ଉପରେ ୨୪ ଘଣ୍ଟିଆ ପ୍ରହରା ହେଉ କିମ୍ବା ବନ୍ଧ ମରାମତି ହେଉ ସବୁବେଳେ କାମରେ ଆସିଥାଏ ଏହି କକ୍ଷ।କିନ୍ତୁ ବିଭାଗର ଉଦାସୀନତା ଓ ରାଜନୈତିକ ନେତାମାନଙ୍କ ଅସୁୟାମନୋଭାବ ଯୋଗୁଁ ଏହାର ଉନ୍ନତି ହେଇପାରୁନଥିବାସାଧାରଣରେ ଚର୍ଚ୍ଚା ହେଉଛି।୨୦୦୯ ମସିହାରେ ଜଳସେଚନ ବିଭାଗ ପକ୍ଷରୁ ଏହି କକ୍ଷଟିର ଆବଶ୍ୟକତା କୁ ଲକ୍ଷ କରି ମାତ୍ର ୧ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା।ମାତ୍ର ସେବେଠାରୁ ଏହା ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି।କକ୍ଷଟିରେ ଆଦୌ କବାଟ ଝରକା ଲାଗିନଥିବାବେଳେ ବର୍ଷା ହେଲେ ଛାତରୁ ପାଣି ଗଳିବା ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି।ବର୍ଷ ସାରା ଦେବୀ ନଦୀ ବନ୍ଧ ର ପାରିପାର୍ଶିକ Vକାର୍ଯ୍ୟ ଚାଲୁଥିବାବେଳେଏହି ଗୃହକୁ ବିଭାଗୀୟ କତ୍ତୃପକ୍ଷ ଅଣଦେଖା କରିବାରୁ ନଦୀବନ୍ଧ ର ମରାମତି କାର୍ଯ୍ୟ ସହଜ ହୋଇପାରୁନାହିଁ।ତୁରନ୍ତ ବନ୍ୟା ନିରୀକ୍ଷଣ କକ୍ଷ ଟି ର ମରାମତି କରାଯିବାକୁ ସାଧାରଣରେ ଦୃଢ଼ ଦାବି କରାଯାଇଛି।


