କଂଗ୍ରେସ ପକ୍ଷରୁ ଜଳବନ୍ଦୀ ଅଂଚଳରେ ଶୁଖିଲା ଖାଦ୍ୟ ବିତରଣ
ନାଉଗାଁ, (ୱାଇଏନ୍ଏସ୍): ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନାଉଗାଁ ବ୍ଳକ ଅନ୍ତର୍ଗତ ନୁଆଗାଁ ପଂଚାୟତର ଆଦିବାସୀ ବସ୍ତିଟି ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଥିଲା । ଏଥିରେ ବସ୍ତି ବାସିନ୍ଦାମାନେ ସଂପୂର୍ଣ୍ଣ ପ୍ରଭାବିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ନୂଆଗାଁ ପଂଚାୟତ ସମିତି ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଦୋଳଗୋବିନ୍ଦ ରାଉଳଙ୍କ ନେତୃତ୍ୱରେ ଯୁବନେତା ସୁବ୍ରତ ରାୟ, ପ୍ରତାପ ରାୟ, ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ସୁନିଲ ମାଟିଆ,ରାମଚନ୍ଦ୍ର ରାୟ, ଆଶୁତୋଷ ସାହୁ, ଚକ୍ରଧର ପରିଡା ପ୍ରମୁଖ ସେମାନଙ୍କୁ ଭେଟି ବିଭିନ୍ନ ସମସ୍ୟା ସଂର୍ପକରେ ପଚାରି ବୁଝିବା ସହ ଶୁଖିଲା ଖାଦ୍ୟ ବିତରଣ କରିଥେôଲ ।


