‘ଅଟଳ ଯୁବଶକ୍ତି’ର ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଦର୍ଶ ଆଧାରରେ ଗଠିତ ବାଲେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଅଟଳ ଯୁବଶକ୍ତି’ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟଧାରା ସମ୍ପର୍କରେ କର୍ମତ୍କ୍ର୍ାମାନେ ସୂଚନା ଦେଇଛନ୍ତି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସଭାପତି ବିକାଶ ପାଢ଼ୀଙ୍କ ସମେତ ସତ୍ୟଜିତ ମିଶ୍ର, ଧୀରଜ ମହାନ୍ତି, ଅରୂପ ଜେନା, ଅରବିନ୍ଦ ପାତ୍ର, ବିବେକ ମହାନ୍ତି, ଅନୀଲ ମହାନ୍ତି, ମଧୁଶ୍ରୀ ମିଶ୍ର, ସଂଜୀବ ପ୍ରଧାନ ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇ ଅଟଳ ଶକ୍ତି’ସଙ୍ଗଠନର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ‘ସେବା ହିଁ ଜୀବନ’ମନୋଭାବ ନେଇ ଯୁବଗୋଷ୍ଠୀ ଏହି ସଂଗଠନ ସହ ଯୋଡ଼ିହୋଇ କାର୍ଯ୍ୟ କରୁଛନ୍ତି । ଗତ ୟସ ବାତ୍ୟା ସମୟରେ ଦୁର୍ଗତଙ୍କୁ ଏହି ସଂଗଠନ ସାହାଯ୍ୟ ସହଯୋଗ କରିବା, କରୋନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, କରୋନାରେ ମୃତ ରୋଗୀଙ୍କ ଶବ ଦାହ କରିବା, ବୃକ୍ଷରୋପଣ ଆଦି କାର୍ଯ୍ୟ କରି ଏହି ସଂଗଠନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି କର୍ମକର୍ତ୍ତାମାନେ କହିଥିଲେ । ଏବେ ଜିଲାର ରକ୍ତର ଅଭାବକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସେମାନେ ସୂଚନା ଦେଇଛନ୍ତି । ଏନେଇ ଆସନ୍ତା ୨୬ ତାରିଖରେ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଏହି ଶିବିର ଆୟୋଜନ ହେବାକୁ ଯାଉଥିବା ସେମାନେ ସୂଚନା ଦେଇଛନ୍ତି । ଏହାକୁ ସଫଳ କରିବା ପାଇର୍ କର୍ମକର୍ତ୍ତାମାନେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଆଗାମୀ ଦିନରେ ଅଟଳ ଯୁବଶକ୍ତି ବିଭିନ୍ନ ସ୍ଥାନରେ ଏଭଳି ରକ୍ତଦାନ ଶିବିର ଆୟୋଜନ ଜାରି ରଖିବ ବୋଲି ସେମାନେ କହିଛନ୍ତି ।


