ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲଶ ସ୍ୱଚ୍ଛ ସଞ୍ଚୟ ବିଭାଗ ପକ୍ଷରୁ ର୍ଆର୍ଥିକ ସାକ୍ଷରତା ଶିବିର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛ । ରାଜ୍ୟ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ନିଷ୍ପତ୍ତି କ୍ରମେ ଆୟୋଜିତ ଏହି ଆର୍ôଥକ ସାକ୍ଷରତା ଶିବିରରେ ଜିଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ପ୍ରଜ୍ଞା ମିଶ୍ରଙ୍କ ଅଧ୍ୟକ୍ଷତା କରିଥିଲେ । ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେନ୍ଦ୍ର ଖମାରୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ୱଳ୍ପ ସଞ୍ଚୟର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ନିଜର ଦୈନିକ ଆୟରୁ ଅଳ୍ପ ଅଳ୍ପ ସଞ୍ଚୟ କରି ନିଜର ଭବିଷ୍ୟତ ସୁରକ୍ଷିତ ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସାମ୍ପ୍ରତିକ ସ୍ଥିତିରେ ଚିଟ୍‌ଫଣ୍ଡ କମ୍ପାନୀମାନଙ୍କର ପ୍ରଲୋଭନ ଏବଂ ଡିଜିଟାଲ ଠକାମୀର ଶିକାର ହୋଇ ଜମାକାରୀମାନେ ନିଜର ବହୁ ମୂଲ୍ୟ ସଂଚୟ ହରାଉଥିବା ବେଳେ ଏଥିପ୍ରତି ସତର୍କ ରହିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଲିଡ ବ୍ୟାଙ୍କ ମ୍ୟାନେଜର ସୁଦୀପ କୁମାର ଡାକୁଆ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନଲାଇନରେ ଆର୍ଥିକ କାରବାର ଏବଂ ଅନଲାଇନ ଠକାମୀ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆର୍ଥିକ ସାକ୍ଷରତା ପରାମର୍ଶଦାତା ଯୋଗେଶ୍ୱର ପ୍ରଧାନ, ସହକାରୀ ଡାକ ଅଧୀକ୍ଷକ ରବିନାରାୟଣ ବେହେରା, ବାଲେଶ୍ୱର ମୁଖ୍ୟ ଡାକପାଳ ରତ୍ନପ୍ରଭା ଅଗସ୍ତି ଓ ଉପ-ଡାକପାଳ ମନୋଜ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର କଷ୍ଟ ଅର୍ଜିତ ଧନକୁ ଡାକଘର କିମ୍ବା ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କରେ ଜମା ରଖି ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଓ ବୀମା ଯୋଜନା ବିଷୟରେ ଏହି ଶିବିରରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ଅବଗତ କରାଯାଇଥିଲା । ବିଶେଷ କରି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଅର୍ଥ ନେଣଦେଣ, କ୍ୟାସଲେସ କାରବାର, ବିଭିନ୍ନ କ୍ଷୁଦ୍ର ଜମା ସମ୍ପର୍କିତ ଯୋଜନା ଏବଂ ଜମାକାରୀଙ୍କୁ ଅଣବ୍ୟାଙ୍କିଙ୍ଗ ସଂସ୍ଥାରେ ଅର୍ଥ ଜମା କରିବାରୁ ନିବୃତ୍ତ ରହିବା ପ୍ରଭୃତିି ପ୍ରସଙ୍ଗରେ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ସମେତ ଅନ୍ୟାନ୍ୟ ବର୍ଗର ବ୍ୟକ୍ତି ବିଶେଷମାନେ ଉପସ୍ଥିତ ଥିଲେ । ବରିଷ୍ଠ ରାଜସ୍ୱ ସହାୟିକା ସ୍ୱର୍ଣ୍ଣପ୍ରିୟା ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ