ଜଳକା’ବନ୍ୟା ପ୍ରଭାବିତଙ୍କୁ ସଦର ବିଜେପି ପକ୍ଷରୁ ରିଲିଫ

ବାଲେଶ୍ୱର, (ସରୋଜ ପଣ୍ଡା):ଦ୍ୱିତୀୟ ଥର ଜଳକା ନଦୀର ବନ୍ୟାଜଳ ପ୍ରଭାବିତ ସଦର ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପ-ସଭାପତି ମାନସ ଦତ୍ତ ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି । ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ଶ୍ରୀ ଦତ୍ତ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସଲପୁର, ଶ୍ରୀରାମପୁର ପଞ୍ଚାୟତକୁ ଡଙ୍ଗାରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଜଳବନ୍ଦୀରେ ଥିବା ଲୋକଙ୍କୁ ରିଲିଫ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଦୁଇଥର ବନ୍ୟାରେ ଏହିସବୁ ପଞ୍ଚାୟତରେ କ୍ଷତି ହୋଇଥିବା ଚାଷର ତୁରନ୍ତ ସର୍ଭେ ସହ ସରକାରୀ ସହାୟତା ପ୍ରଦାନ ନେଇ ପ୍ରଶାସନ ସହ କଥାବାର୍ତ୍ତା କରିବେ ବୋଲି ସେ ଗ୍ରାମାବାସୀଙ୍କୁ ପ୍ରତିଶ୍ରୁତି ଦେଇଚନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେପି ମଣ୍ଡଳ ସଭାପତି ତପନ ଗିରି, ସରପଞ୍ଚ ସୁଭେଶ ନାୟକ, ପଞ୍ଚାୟତ ସଭାପତି ଜଗଦାନନ୍ଦ ବେହେରା, ମାନସ ମହାପାତ୍ର, ଧନଞ୍ଜୟ ମହାନ୍ତି, ଶ୍ରୀକାନ୍ତ ପାଣି, ହରେକୃଷ୍ଣ ଦଳେଇ, ସତ୍ୟ ମହାନ୍ତି, ଜଳଧର ଜେନା, କୌସିକ ଚାନ୍ଦ, ପବନ କମିଳା, ମାୟାଧର ପ୍ରଧାନ, ବବଲୁ ମିଶ୍ର ସହିତ ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ