କେନ୍ଦ୍ରାପଡା ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଜନୈକ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗୁରୁବାର ଦେବରାଜ ଦଳେଇ ନାମକ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ସଦର ଥାନାରେ ଆହୁତ ଏକ ପତ୍ରକାର ସମ୍ମିଳନୀରେ କହିଥିଲେ ଯେ ଗତ ୨୦୨୦ମସିହା ଅକ୍ଟୋବରମାସ ୫ତାରିଖରେ ଅଭିଯୁକ୍ତ ଦେବରାଜ ଏକ ନାବାଳିକାକୁ ଘରେ କେହି ନଥିବାର ସୁଯୋଗ ନେଇ ଦୁଷ୍କର୍ମ କରିଥିବା ସମ୍ପର୍କରେ ସଂପୃକ୍ତ ନାବାଳିକା ଜଣଙ୍କ ସଦର ଥାନାରେ ଅଭିଯୋଗ କରିଥିଲେ । ସେହି ଅଭି୍େ‌ାଗକୁ ଭିତ୍ତିକରି ସଦର ଥାନା ପୋଲିସ ୨୪୦/୨୦୨୦ରେ ଆଇ.ପି.ସି.ର ୩୭୬(୨)(ଏଫ)(ଆଇ),୩୫୪,୫୦୬ ଓ ୬ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ସଂପୃକ୍ତ ଅଭିଯୁକ୍ତ ଦେବରାଜ ଫେରାର ହୋଇଯାଇଥିବାରୁ ତାଙ୍କୁ ଗିରଫ କରାଯାଇପାରିନଥିଲା । ଏସପିଙ୍କ ନିର୍ଦେଶରେ ଏହି ମାମଲାର ତଦନ୍ତକାରୀ ଅଧିକାରିଣୀ ଇନସପେକ୍ଟର ସଶ୍ମିତା ବେହେରା ଅଭିଯୁକ୍ତ ଦେବରାଜକୁ କଟକରୁ ଗିରଫ କରି ସଦର ଥାନା ପୋଲିସକୁ ହସ୍ତାନ୍ତର କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଥିଲେ କେନ୍ଦ୍ରାପଡା ଏସଡିପିଓ ଶ୍ରୀ ପଣ୍ଡା । କିନ୍ତୁ ଏହି ଘଟଣା ଘଟିଥିବା ଅଞ୍ଚଳର ପଡୋଶୀମାନଙ୍କ ଠାରୁ ସୂଚନା ମିଳିଛି ଯେ ସଂପୃକ୍ତ ପିଡିତା ନାବାଳିକାଙ୍କ ମାମୁଁ ଏକ ପୂର୍ବ ବିବାଦକୁ ନେଇ ନାବାଳିକାଙ୍କ ବାପାଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ କରିବାକୁ ସଂପୃକ୍ତ ନାବାଳିକାଙ୍କୁ ଉସକାଇ ଥିଲେ । ଫଳରେ ନାବାଳିକା ଜଣଙ୍କ ଏଭଳି ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣଙ୍କ ନାବାଳିକାର ପିତା । ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ପବିତ୍ର ମହାରଣା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ