ମୂର୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ କୃଷକ ତାଲିମ ଶିବିର ଅନୁଷ୍ଠିତ

ନାଉଗାଁ, (ଓ୍ବାଇଏନ୍ଏସ୍):କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଗତସିଂହପୁର ଆନୁକୂଲ୍ୟରେ ନାଉଗାଁ ବ୍ଳକ କୃଷି କାର୍ଯ୍ୟାଳୟ ପରିସରରେ ମୂର୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ କୃଷକ ତାଲିମ ଶିବିର ଅନୁଷ୍ଠିତ ହେଉଛି । ଏହି ଶିବିରରେ ଚାଷୀମାନଙ୍କୁ ମାଟି ପରିକ୍ଷା, ମାଟିରେ ଥିବା ଉପାଦାନ, କେଉଁ ପ୍ରକାର ମାଟିରେ କି ସାର ପ୍ରୟୋଗ କରାଯିବ, ସମନ୍ୱିତ କୃଷି, ଅଣୁ ସାରର ଉପଯୋଗିତା ଓ ମାଟି କିପରି ସଂଗ୍ରହ କରାଯିବ ସେ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ ତାଲିମଦାତା ଭାବେ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟର ଉପ ପ୍ରକଳ୍ପ ନିର୍ଦ୍ଦେଶକ ନିରଞନ ମହାନ୍ତି, ଯୋଜନା ଅଧିକାରୀ ପ୍ରଭାସ କୁମାର ପଣ୍ଡା ଓ ବ୍ଳକ ସହାୟକ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମରେ ପ୍ରଥମ ପର୍ଯ୍ୟାୟରେ ବ୍ଳକର ୧୨ଟି ରାଜସ୍ୱ ଗ୍ରାମର ଚାଷୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ପ୍ରତି ଗ୍ରାମରୁ ୩୦ଜଣ ଚାଷୀଙ୍କୁ ଦୁଇ ଦିନ ଧରି ତାଲିମ ପ୍ରଦାନ କରାଯାଉଥିବା ବେଳେ ପର୍ଯ୍ୟାୟ କ୍ରମେ ବ୍ଳକର ଅନ୍ୟ ରାଜସ୍ୱ ଗ୍ରାମର ଚାଷୀମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ସହାୟକ କୃଷି ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ