ନଦୀରେ ନିଖୋଜ ବୃଦ୍ଧଙ୍କ ମୃତଦେହ ମିଳିଲା କଲ୍ୟାଣପୁର ଠାରେ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ବଡମାଧପୁର ଗ୍ରାମ ପଂଚାୟତର ଗୋବା ଗ୍ରାମ ଠାରେ ଥିବା ଋଷିକୁଲ୍ୟା ନଦୀ ପଠାରୁ ବୁଧୁବାର ନିଖୋଜ ହୋଇଥିବା ବୃଦ୍ଧଙ୍କ ମୃତ ଦେହକୁ ଗୁରୁବାର ଗଞ୍ଜାମ ଥାନା ଅନ୍ତର୍ଗତ କଲ୍ୟାଣପୁର ନିକଟ ନଦୀ ପଠାରୁ ଠାବ କରିଛି ପୋଲିସ୍ । ବୁଧବାର ବଡମାଧପୁର ଗ୍ରାମ ପଂଚାୟତ ର ଗୋବା ଗ୍ରାମର ଗୋବିନ୍ଦ ଦାସ ନାମକ ୬୨ ବର୍ଷ ବୟସ୍କ ବ୍ୟକ୍ତି ନଦୀ ପାର ହୋଇ ପ୍ରତାପପୁର ଯାଉଥିବା ସମୟରେ ନଦୀପାଣିରେ ଗୋଡ ଖସି ନଦୀ ସ୍ରୋତରେ ଭାସି ଯାଇଥିଲେ । ଘଟଣା ସ୍ଥଳରେ ପୋଲିସ୍, ଅଗ୍ନିଶ୍ରମ ବାହିନୀ ଓ ସ୍ଥାନୀୟ ବାସିନ୍ଦା ପହଂଚି ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ଖୋଜଖବର ମିଳିନଥିଲା । ଆଜି ସନ୍ଧ୍ୟା ସମୟରେ ତାଙ୍କ ମୃତଦେହକୁ ଗଞ୍ଜାମ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ନଦୀ ପଠାରୁ ଠାବ କରାଯାଇଥିବା ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ସୂଚନା ମିଳିଛି । ସେ ଘଟଣା ସ୍ଥଳରେ ଉପସ୍ଥିତ ରହି ଘଟଣା ର ଅନୁଧ୍ୟାନ କରୁଛନ୍ତି l


