କାଳୀପଲ୍ଲୀ ପଞ୍ଚାୟତସ୍ତରୀୟ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରେ ସରପଞ୍ଚ ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ କାଳିପଲ୍ଲୀ ପଞ୍ଚାୟତର କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନୀତ କରାଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ପଞ୍ଚାୟତର ଶିକ୍ଷକ /ଶିକ୍ଷୟତ୍ରୀ , ଅଙ୍ଗନବାଡି ଓ ଆଶା କର୍ମୀ , ଏଏନଏମ , ସିଆରପି ମେମ୍ବର ମାନଙ୍କୁ ମାନପତ୍ର ସହିତ ଉପଢୈକନ ପ୍ରଦାନ କରି ସମ୍ମାନୀତ କରିଥିଲେ । ଏହା ସହ କୋଭିଡ ମହାମରୀ ସମୟରେ ସମସ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ବିଧାୟକ ଶ୍ରୀ ବେହେରା ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥୀ ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଜଂୟ ରେଡ୍ଡୀ ଓ ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ମୁଖ୍ୟ ବକ୍ତା ଭାବେ ଛତ୍ରପୁର ବିଇଓ ଅବିନାଶ ଶତପଥୀ ଯୋଗଦେଇ କୋଭିଡ ଯୋଦ୍ଧା ମାନ୮୍‌କୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥୀ ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପି.ଅର୍ଦ୍ଦରାଜୁଲୁ ରେଡ୍ଡୀ , କେ.ପୁରୁଷୋତ୍ତମ ରେଡ୍ଡୀ , ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ ଯୁବନେତା ବି. ଚନ୍ଦ୍ରମଣି ପାତ୍ର , ସିଏଚ. ରଘୁନାଥ ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ । ସଭା କାର୍ଯ୍ୟକୁ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାସ ପରିଚାଳନା କରିଥିବା ବେଳେ ସିଆରସିସି ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ