ମୁନସିପାଲ ପ୍ରିମିୟର ଲିଗ ଆୱାର୍ଡ ପାଇଲେ କେନ୍ଦ୍ରାପଡା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏମପିଏଲ- ୧-୦ ଓ ଏମପିଏଲ – ୨-୦ କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କଠିନ ପରିଶ୍ରମ କରି ସଫଳତାର ସହ ରୂପାୟନ କରିଥିବାରୁ କେନ୍ଦ୍ରାପଡା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ଶନିବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ ବିଭାଗ ପକ୍ଷରୁ ଏକ ଟ୍ରଫି ଓ ମୋମେଣ୍ଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟର ପୈାରନିଗମ ସମେତ ବିଭିନ୍ନ ପୈାରସଂସ୍ଥାର ନିର୍ବାହୀ ଅଧିକାରୀମାନଙ୍କୁ ମଧ୍ୟ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ପୈାରସଂସ୍ଥା ଗୁଡିକ ସମ୍ପତ୍ତି କର ବୃଦ୍ଧି କରିବା ସହ ଆଦାୟ କରର ଡିଜିଟାଇଜେସନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି ।


