ମିସ କଲ ପ୍ରେମ ପଡିଲା ମହଙ୍ଗା,ପ୍ରେମିକାକୁ ପ୍ରତାରଣା; ପ୍ରେମିକ ଗିରଫ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ପ୍ରଥମେ ମିସ କଲ, ପରେ ଦେଖା ସାକ୍ଷାତ,ପ୍ରେମ, ସେକ୍ସ ଏବଂ ଧୋକ୍କା I ବର୍ତ୍ତମାନ ସମୟରେ ଯୁବକ ଯୁବତୀ ମାନେ ଖୁବ୍ କମ୍ ସମୟରେ ପରସ୍ପର ପ୍ରତି ଆକୃଷ୍ଟ ହେବା ସହିତ ସେମାନଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଗଢ଼ି ଉଠିବା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ମତାନ୍ତର ସୃ୍ଷ୍ଟି ହେବା ଯୋଗୁଁ ବଡ଼ ଧରଣର ବିଶୃଙ୍ଖଳା ମଧ୍ୟ ସୃ୍ଷ୍ଟି ହେଉଛି I ଏହିଭଳି ଏକ ଘଟଣାରେ ପ୍ରତାରିତା ପ୍ରେମିକା ଥାନାର ଦ୍ୱାରସ୍ଥ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଅଂଚଳର ଜନୈକ ହରିଜନ ୨୦ ବର୍ଷୀୟା ଯୁବତୀ ବ୍ରହ୍ମପୁରର ଏକ କଲେଜ୍ ରେ ପାଠ ପଢୁଥିବା ବେଳେ ବ୍ରହ୍ମପୁର ଗୋଷାଣି ନୁଆଗାଁ ଅଞ୍ଚଳର ୨୩ ବର୍ଷୀୟ ସୁନୀଲ ବିଷୋୟୀ ନାମକ ଜଣେ ଯୁବକ ସହିତ ତାର ମିସକଲ୍ ରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା I ଏହି ପ୍ରେମ ସମ୍ପର୍କ ଧୀରେ ଧୀରେ ଗଭୀର ରୂପ ନେଇ ଉଭୟଙ୍କ ମଧ୍ୟରେ ଦେଢ଼ ବର୍ଷ ଧରି ବାରମ୍ବାର ଦୈହିକ ସମ୍ପର୍କ ମଧ୍ୟ ସ୍ଥାପିତ ହୋଇଥିଲା I କିନ୍ତୁ କିଛି ଦିନ ପୂର୍ବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମତାନ୍ତର ସୃ୍ଷ୍ଟି ହେବାରୁ ପ୍ରେମିକ ଜଣଙ୍କ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋ ଏବଂ ଭିଡ଼ିଓ ସବୁକୁ ଯୁବତୀର ସମ୍ପର୍କୀୟ ମାନଙ୍କୁ ପଠାଇଥିଲା I ଏଥିରେ ଯୁବତୀ ଜଣଙ୍କ ବିଚଳିତ ହୋଇପଡିବା ସହ ପରିବାର ବର୍ଗଙ୍କୁ ଜଣାଇ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ I ଯୁବତୀ ଜଣଙ୍କ ଏତଲା ପ୍ରକାରେ ପୋଲିସ୍ ୨୩୨ /୨୧ ରେ ଏକ ମାମଲା ରୁଜୁ କରି ଯୁବକଙ୍କ ନାମରେ ମାମଲା ରୁଜୁ କରିବା ସହ ଉଭୟଙ୍କୁ ଡ଼ାକ୍ତରୀ ମାଇନା ପାଇଁ ହସ୍ପିଟାଲ୍ କୁ ପଠାଇଛି। ଡାକ୍ତରୀ ମାଇନା ପରେ ଯୁବକଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି I ଭଞ୍ଜନଗର ଏସ.ଡି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର ଘଟଣାର ତଦନ୍ତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ