ବାତ୍ୟାରୁ ସୁରକ୍ଷା ପାଇଁ ୫୨ ଗର୍ଭବତୀ ମହିଳାଙ୍କୁ ଆଶ୍ରୟ ଦିଆଯାଇଛି
ପାରହଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବାତ୍ୟାରୁ ସୁରକ୍ଷା ଦେବା ପାଇଁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଧେଶକ୍ରମେ ସମଗ୍ର ଜିଲ୍ଲାରେ ୫୨ଜଣ ଗର୍ଭବତୀ ମହିଳାଙ୍କୁ ମାଁ ଗୃହ ସହ କେତେକ ଡାକ୍ତରଖାନାରେ ଆଶ୍ରୟ ଦିଆଯାଇଛି । ଏମାନଙ୍କ ମଧ୍ୟରୁ ଆଜି ଜଣେ ଗର୍ଭବତୀ ମହିଳା ମୋହନା ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜମ୍ନ ଦେଇଛନ୍ତି । ସମ୍ପୃକ୍ତ ମହିଳାଙ୍କ ନାମ ବି.ସୁନିତା ଓ ମୋହନା ବ୍ଲକରେ ତାଙ୍କ ଘର ଅଟେ । ଜନ୍ମିତ ପୁତ୍ର ସନ୍ତାନ ଓ ମାଁ ଉଭୟେ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ସୁଚନା ମିଳିଛି ।


