ଜଳସମ୍ପଦ ପ୍ରମୁଖ ସଚିବଙ୍କ କାନପୁର ଡ୍ୟାମ ଗସ୍ତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବାସୁଦେବପୁରଠାରେ ନିର୍ମାଣଧିନ ଓଡିଶାର ଦ୍ୱିତୀୟ ବୃହତ ନଦୀବନ୍ଧ ଯୋଜନା ତଥା କାନପୁର ବୃହତ ଜଳସେଚନ ପ୍ରକଳ୍ପକୁ ମଙ୍ଗଳବାର ରାଜ୍ୟ ଜଳସମ୍ପଦ ସଚିବ ଗସ୍ତ କରିଛନ୍ତି । ସୂଚନାନୁଯାୟୀ ଜଣାପଡିଛି ଯେ, ମଙ୍ଗଳବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଜଳସମ୍ପଦ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଇ.ଆଇ.ସି ଅକ୍ଷୟ କୁମାର ବାନାର୍ଜି କାନପୁର ବୃହତ ଜଳସେଚନ ପ୍ରକଳ୍ପ ଗସ୍ତ କରି ପ୍ରକଳ୍ପ ନିର୍ମାଣର ସ୍ପିଲେଓ, ମାଟିବନ୍ଧ ଓ ପ୍ରକଳ୍ପର ବିଭିନ୍ନ ସ୍ଥାନ ଗୁଡିକ ବୁଲି ଦେଖିବା ସହିତ ଉପସ୍ଥିତ ପ୍ରକଳ୍ପ ଅଧିକାରୀମାନଙ୍କୁ ଡ୍ୟାମ୍ କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ କାନପୁର ପ୍ରକଳ୍ପ ନିର୍ଦ୍ଦେଶକ କୁଶଳ ନାଏକ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମହେନ୍ଦ୍ର କୁମାର ଭୂୟାଁ ଙ୍କ ସମେତ ଅନ୍ୟ ପ୍ରକଳ୍ପ ଅଧିକାରୀମାନେ ଉପସ୍ଥିତ ଥିଲେ ।