କେନ୍ଦ୍ରାପଡାର ବିଶିଷ୍ଠ ସମାଜ ସେବୀଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ବିଶିଷ୍ଟ ସମାଜ ସେବୀ ମଥୁରୀ ଚରଣ ଜେନାଙ୍କର ୮୭ବର୍ଷ ବୟସରେ ଶନିବାର ତାଙ୍କ ଚକଡା(ବଡମଙ୍ଗଳା) ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଜେନା ଏକଦା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ପ୍ରହଲ୍ଲାଦ ମଲ୍ଲିକଙ୍କ ଘନିଷ୍ଠ ସହଯୋଗୀ ଥିଲେ । ତାଙ୍କର ସହରରେ ଏକ ସ୍ୱତନ୍ତ୍ର ପରିଚୟ ଥିଲା । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜନ୍ମସ୍ଥାନ ମହାକାଳପଡା ବ୍ଲକର ନନ୍ତାର ପ୍ରାରେଶ୍ୱରପୁର ସ୍ଥିତ ଗ୍ରାମକୁ ନିଆ ଯାଇଥିଲା । ସେଠାରେ ଶହ ଶହ ସଂଖ୍ୟାରେ ଉପସ୍ଥିତ ଜନତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାପରେ ବଡମଙ୍ଗଳା ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଜ୍ୟେଷ୍ଠପୁତ୍ର ଅଧ୍ୟାପକ ପ୍ରଶାନ୍ତ କୁମାର ଜେନା ମୁଖାଗ୍ନି ଦେଇଥିଲେ । ମଧ୍ୟମପୁତ୍ର ସଂଗ୍ରାମ ଓ କନିଷ୍ଠ ପୁତ୍ର ଶୁଭ୍ରାଶୁଂ ଉପସ୍ଥିତ ଥିଲେ । ପୁତୁରା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ପ୍ରଭାତ କୁମାର ଜେନା, ପ୍ରଶନ୍ନ କୁମାର ଜେନା, ପବିତ୍ର କୁମାର ଜେନା, ସ୍ମୃତି, ସତ୍ୟ, ଜଗା, ନାତି ଡ. ପ୍ରତୀକ୍ ମହାପାତ୍ର, ପ୍ରସନ୍ନଜିତ, ଗୋପୁ, କପିଳା, ପିକୁନ୍‌, କନ୍ୟା ଓ ଜାମାତା ଯଥାକ୍ରମେ ପ୍ରତିଭା, ପ୍ରକାଶ, ସୁମିତ୍ରା, ପ୍ରଣୟ ଓ ସୁରେନ୍ଦ୍ର କୁମାର ସାମଲ, ଗୁଣନିଧି ନାୟକ, ଭଣଜା ତଥା ବରିଷ୍ଠ ଯନ୍ତ୍ରୀ ଅଶୋକ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ସଂଗ୍ରାମ କେଶରୀ ମଲ୍ଲିକ ଓ ଶିକ୍ଷାବିତ ହରେକୃଷ୍ଣ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ସ୍ୱର୍ଗତ ଜେନାଙ୍କ ବିୟୋଗରେ ଶାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଂ. ପ୍ରଭାକର ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ